ଭୁବନେଶ୍ୱର: ଭୁଲ ଇଞ୍ଜେକ୍ସନ ଯୋଗୁଁ ଗଲା ରୋଗୀଙ୍କ ଜୀବନ, ହସ୍ପିଟାଲ ପରିସରରେ ଗାଁ ଲୋକଙ୍କ ଉତ୍ତେଜନା

ଭୁବନେଶ୍ୱର(କେ ନ୍ୟୁଜ):  ରୋଗୀ ମୃତ୍ୟୁକୁ ନେଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ବିବାହର ମାତ୍ର ବାର ଦିନରେ ମହିଳାଙ୍କ ଅସ୍ଵାଭାବିକ ମୃତ୍ୟୁକୁ ନେଇ ମେଣ୍ଢାଶାଳ ଗ୍ରାମବାସୀମାନେ ହସ୍ପିଟାଲରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଛନ୍ତି । ଭୁଲ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ପିଠିରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ମହିଳା ଜଣଙ୍କ ।

ଡାକ୍ତର ଇଞ୍ଜେକ୍ସନ ଦେବା ପରେ ତାଙ୍କର ହଠାତ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତ୍ୟୁର କାରଣ ବିଷୟରେ ପଚାରିବାରୁ ମୃତ ମହିଳାଙ୍କ ଭାଇଙ୍କୁ ହସ୍ପିଟାଲ ସିକ୍ୟୁରିଟ ଅଫିସର ମାରଧର କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ନୟାପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ମୃତ ମହିଳା ପ୍ରିୟଙ୍କା ପଟ୍ଟନାୟକଙ୍କ ମେଣ୍ଢାଶାଳ ଗ୍ରାମର ଏବଂ କିଛି ଦିନ ତଳେ ବରମୁଣ୍ଡା ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.