Below header

ରୂପେଲି ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ହରଭଜନ ସିଂହ, ମୁଖ୍ୟ ଭୂମିକାରେ ନଜର ଆସିବେ ‘ଫ୍ରେଣ୍ଡସିପ୍‌’ରେ

କ୍ରିକେଟ୍‌ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି କ୍ରିକେଟର ହରଭଜନ ସିଂହ। ତାମିଲ ଫିଲ୍ମ ‘ଫ୍ରେଣ୍ଡସିପ୍‌’ ଜରିଆରେ ନୂଆ ଇନିଂସ୍‌ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି ଭଜି। ଶନିବାର ଦିନ ଫିଲ୍ମ ନିର୍ମାତା କ୍ରିକେଟରଙ୍କ ୪୧ତମ ଜନ୍ମଦିନରେ ଫିଲ୍ମର ନୂଆ ପୋଷ୍ଟର ଜାରି କରିଛନ୍ତି।

ହରଭଜନ ସିଂହ ପୂର୍ବରୁ ମୁଝସେ ଶାଦି କରୋଗୀ, ଭଜି ଇନ୍‌ ପ୍ରୋବ୍ଲେମ୍‌ ଏବଂ ସେକେଣ୍ଡ ହ୍ୟାଣ୍ଡ ହଜ୍‌ବ୍ୟାଣ୍ଡରେ ଅତିଥି ଭୂମିକାରେ ନଜର ଆସିଛନ୍ତି। ଏବେ ଭଜି ଜଣେ ମେକାନିକାଲ ଇଞ୍ଜିନିୟରିଂ ଛାତ୍ର ଭାବେ ଅଭିନୟ କରିବେ। ଟଫେଣ୍ଡ ଷ୍ଟୁଡିଓଜ୍‌ ଲିମିଟେଡ୍‌ ଦ୍ୱାରା ପ୍ରସ୍ତୁତ ଫିଲ୍ମର ଘୋଷଣା ଗତବର୍ଷ କରାଯାଇଥିଲା।

ଏହି ଫିଲ୍ମରେ ଦକ୍ଷିଣ ଭାରତୀୟ କଳାକାର ଅର୍ଜୁନ୍‌, ଲୋସାଲିୟା ମାରିୟାନେସନ୍‌ ଓ ସତୀଶ ମଧ୍ୟ ଅଭିନୟ କରୁଛନ୍ତି। ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ଜନ୍‌ ପଲ ରାଜ ଓ ଶାମ ସୂର୍ଯ୍ୟା। ଚଳିତବର୍ଷ ଫ୍ରେଣ୍ଡସିପ୍‌ ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.