କମେଣ୍ଟ୍ରି କଲାବେଳେ କହୁ କହୁ ଏମିତି କହିଦେଲେ ଦିନେଶ କାର୍ତ୍ତିକ, ଏବେ ହେଉଛନ୍ତି ଜୋରଦାର ଟ୍ରୋଲ୍‌

ନୂଆଦିଲ୍ଲୀ : କ୍ରିକେଟ କମେଣ୍ଟ୍ରି ଏକ କଳା । ଏହି କଳାକୁ ଫୁଟାଇ ପାରିଲେ ପ୍ରଶଂସାର ଅଭାବ ରହେନି । ସୁନିଲ ଗାଭାସ୍କର ଓ ରବି ଶାସ୍ତ୍ରୀଙ୍କ କମେଣ୍ଟ୍ରି ପରେ ଏବେ କିକେଟର ଦିନେଶ କାର୍ତ୍ତିକ ନୂଆ କରି ଆରମ୍ଭ କରିଛନ୍ତି କମେଣ୍ଟ୍ରି । ହେଲେ ଖୁବ୍‌ କମ ସମୟରେ ସେ କମେଣ୍ଟ୍ରି ମାଧ୍ୟମରେ ପ୍ରଶଂସକଙ୍କ ହୃଦୟ ଜିତି ଯାଇଛନ୍ତି । ହେଲେ ନିକଟରେ କାର୍ତ୍ତିକ କମେଣ୍ଟ୍ରି କରୁ କରୁ ଏମିତି ସେକ୍ସ ରିମାର୍କ ଦେଲେ ଯେ ଏବେ ସେ ଟ୍ରୋଲ ହେବାରେ ଲାଗିଛନ୍ତି ।

ଓ୍ଵାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଦିନେଶ କାର୍ତ୍ତିକ ତାଙ୍କର କମେଣ୍ଟ୍ରିର ଏପରି ଜଲ୍‌ବା ଦେଖାଇଲେ ଯେ ରାତାରାତି ଲୋକଙ୍କ ହୃଦୟରେ ରାଜ କଲେ । ସବୁଠି ତାଙ୍କର କମେଣ୍ଟ୍ରିର ତାରିଫ ହେଲା । ଭାରତୀୟ କମେଣ୍ଟେଟର ଭାବେ ଦିନେଶ ସଭିଙ୍କ ମନରେ ନିଜର ସ୍ଥାନ ରଖିଗଲେ ।  କରୁ କରୁ କଲାବେଳେ

ସୁନ୍ଦର କମେଣ୍ଟ୍ରି କରିବା କାରଣରୁ ତାଙ୍କୁ ଟି-୨୦ ମ୍ୟାଚରେ ମଧ୍ୟ କମେଣ୍ଟ୍ରି କରିବାର ସୁଯୋଗ ମିଳିଲା । ଏଠାରେ ମଧ୍ୟ ଦିନେଶ ତାଙ୍କର ସୁନ୍ଦର କମେଣ୍ଟ୍ରି ଜରିଆରେ ଲୋକଙ୍କ ଦିଲ୍‌ ଜିତିଗଲେ ।

ହେଲେ କମେଣ୍ଟ୍ରି ଜରିଆରେ ଦିନେଶ ମଜା ମଜାକରେ ଏପରି ଭୂଲ କରିଦେଲେ ଯେ ଏବେ ପ୍ରଶଂସକ ତାଙ୍କ ଉପରେ ରାଗି ଖପ୍ପା । ଏବେ ସେ ଜୋରଦାର ଟ୍ରୋଲ ହେବାରେ ଲାଗିଛନ୍ତି । ଦିନେଶ ମଜାକରେ କହିଦେଲେ –‘ ଅଧିକ ବୋଲରଙ୍କୁ ନିଜ ବଲ୍‌ ପସନ୍ଦ ଆସେନି, ସେ ଅନ୍ୟର ବଲ୍‌କୁ ବେଶୀ ପସନ୍ଦ କରନ୍ତି । ଏହା ପରେ ସେ ପୁଣି କହିଲେ ,‘ବଲ୍‌ ପଡୋଶୀଙ୍କ ପତ୍ନୀ’ ପରି ହୋଇଥାଏ ।’

ସୋସିଆଲ ମିଡିଆରେ କାର୍ତ୍ତିକଙ୍କ କମେଣ୍ଟ୍ରି ର ଏହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ଏହା ଏବେ ଜୋରଦାର ଟ୍ରୋଲ ହେବାରେ ଲାଗିଛି । ଖାଲି ସେତିକି ନୁହେଁ କାର୍ତ୍ତିକଙ୍କ ‘ପଡୋଶୀ ବିବି ବାଲି କମେଣ୍ଟ କୁ ନେଇ ଇଂଲିସ ମହିଳା କମେଣ୍ଟେଟର ମଧ୍ୟ ଅସନ୍ତୁଷ୍ଟ ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.