Below header

ସନ୍ଧ୍ୟାରେ ନୂଆ ଷ୍ଟାଇଲରେ ବନାଇ ଖାଆନ୍ତୁ ଏଗ୍‌ ଚପ୍‌

ସନ୍ଧ୍ୟାବେଳେ ସମସ୍ତଙ୍କୁ କିଛି ଚଟପଟା ଖାଇବାକୁ ପସନ୍ଦ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ବଢ଼ିଆ ରେସିପି ନେଇ ଆସିଛୁ। ଆମେ ଆପଣଙ୍କୁ କହୁଛୁ ଅଣ୍ଡା ଚପ୍‌। ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ସିଝା ଅଣ୍ଡା, ସିଝା ଆଳୁ, ବେସନ, କଟା ପିଆଜ, କଟା ରସୁଣକୁ, କଟା ଅଦା, ସ୍ୱାଦ ଅନୁସାରେ ଲୁଣ, ଗୋଲ ମରିଚ ପାଉଡର, ଚିଲି ପାଉଡର, ଚାମଚ
କଟା କଞ୍ଚା ଲଙ୍କା, କଟା ଧନିଆ ପତ୍ର, ରିଫାଇନ ତେଲ।

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପ୍ୟାନରେ ତେଲ ଗରମ କରନ୍ତୁ। ଏଥିରେ ଅଦା, ରସୁଣ ଏବଂ ପିଆଜ ପକାନ୍ତୁ। ୨ ମିନିଟ୍ ପରେ ସିଝା ଆଳୁ, ଲୁଣ, ଚିଲି ପାଉଡର, କଞ୍ଚା ଲଙ୍କା ଓ ଗୋଲ ମରିଚ ପାଉଡର ପକାଇ ଦିଅନ୍ତୁ। ଏବେ ଧନିଆ ପତ୍ର ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଅଣ୍ଡାକୁ ଦୁଇ ଫାଳକରି କାଟି ଦିଅନ୍ତୁ। ଗୋଟିଏ ଖଣ୍ଡରେ ଆଳୁ ଦିଅନ୍ତୁ। ଏହିଭଳି ଭାବେ ସବୁ ଅଣ୍ଡାକୁ ପ୍ରସ୍ତୁତ କରନ୍ତୁ।

ଏବେ ବେସନ, ହଳଦୀ ପାଉଡର, ଲୁଣ ପକାଇ ଘୋଳ ପ୍ରସ୍ତୁତ କରନ୍ତୁ। ଏବେ ଏଥିରେ ପ୍ରସ୍ତୁତ କରି ରଖିଥିବା ଅଣ୍ଡାକୁ ଏହି ଘୋଳରେ ବୁଡାଇ ଗରମ ତେଲରେ ଫ୍ରାଏ କରନ୍ତୁ। ଏହା ଭଲଭାବେ ଫ୍ରାଏ ହୋଇଗଲା ପରେ ପ୍ଲେଟକୁ ବାହାର କରି ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.