Below header

ଯଦି ଆପଣଙ୍କର ବି ରହିଛି ଏହି ୪ଟି ଅଭ୍ୟାସ ତେବେ ଲକ୍ଷ୍ମୀ କେବେ ବି ରହିବେନି ପାଖରେ, ରହିଥିବେ ଗରିବ ହୋଇ

ଚାଣକ୍ୟ ନୀତିରେ ଜୀବନର ପ୍ରତ୍ୟେକ ଜିନିଷ ବିଷୟରେ ବିସ୍ତତ ଭାବେ ବର୍ଣ୍ଣନା କରାଯାଇଛି। ଜୀବନର ସବୁ ସ୍ଥିତି ଓ ବ୍ୟକ୍ତିତ୍ୱ ବିଷୟରେ ବି ଏଥିରେ କୁହାଯାଇଛି। ତେବେ ଆଜି ଆମେ ଆପଣଙ୍କୁ କିଛି ଏଭଳି ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଯଦି ଠିକ୍‌ ସମୟରେ ସୁଧାରି ନିଆନଯାଏ ତେବେ ବ୍ୟକ୍ତି ଜୀବନରେ ସବୁବେଳେ ଗରିବ ହିଁ ରହିଥାଏ। ଆସନ୍ତୁ ଜାଣିବା ସେହି ୪ଟି ଅଭ୍ୟାସ ବିଷୟରେ…

  • ଚାଣକ୍ୟ ନୀତି ମୁତାବକ, ଯେଉଁ ବ୍ୟକ୍ତି ସକାଳେ ଶୀଘ୍ର ନ ଉଠେ ସେ ସବୁବେଳେ ଗରିବ ହିଁ ରୁହେ। ବିଳମ୍ବ ଯାଏଁ ବିଛଣାର ଶୋଇ ରହିବା ଏକ କୁଅଭ୍ୟାସ। ଏଭଳି ବ୍ୟକ୍ତିଙ୍କ ଉପରେ ଲକ୍ଷ୍ମୀ ସବୁବେଳେ ଅସନ୍ତୁଷ୍ଟ ରହିଥାନ୍ତି। ଏଭଳି ଘରେ ଦାରିଦ୍ର୍ୟତା ଲାଗିରହେ।
  • ଯେଉଁମାନେ ନିୟମିତ ଗାଧାନ୍ତି ନାହିଁ ଓ ପରିଷ୍କାର ପରିଚ୍ଛନ୍ନ ରୁହନ୍ତିନି, ସେମାନଙ୍କ ଉପରେ ଲକ୍ଷ୍ମୀ ପ୍ରସନ୍ନ ରହନ୍ତି ନାହିଁ। ଏଭଳି ବ୍ୟକ୍ତି ସାରା ଜୀବନ ରୋଗାଗ୍ରସ୍ତ ରହିଥାନ୍ତି।
  • ସମସ୍ତେ ଠିକ୍‌ ସମୟରେ ଭୋଜନ କରିବା ଉଚିତ। ଏଣୁ ଯିଏ ଠିକ ସମୟରେ ଖାଦ୍ୟ ନ ଖାଇ ସବୁବେଳେ ଅସମୟର ଖାଦ୍ୟ ଖାଆନ୍ତି, ସେମାନେ ଜୀବନ ସାରା ଦୁଃଖୀ ଓ ରୋଗିଣା ରହିଥାନ୍ତି।
  • ମିଠା ବଚନ କହୁଥିବା ବ୍ୟକ୍ତି ସମସ୍ତଙ୍କ ପ୍ରିୟ ହୋଇଥାନ୍ତି। ଏଭଳି ବ୍ୟକ୍ତିଙ୍କ ଜୀବନରେ କୌଣସି ଦୁଃଖ ରହେ ନାହିଁ। କିନ୍ତୁ ଯେଉଁମାନେ ସବୁବେଳେ ଅନ୍ୟକୁ କଟୁ କଥା କୁହନ୍ତି, ସେମାନଙ୍କ ଊପରେ ଲକ୍ଷ୍ମୀ ଭୀଷଣ ରାଗିଥାନ୍ତି ଓ ତାଙ୍କ ଗୃହ ଛାଡ଼ି ଚାଲିଯାଆନ୍ତି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.