Below header

ରାୟଗଡ଼ା: ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକସନ୍‌ ନେଲା ବ୍ୟକ୍ତିଙ୍କ ଜୀବନ

ରାୟଗଡ଼ା (କେନ୍ୟୁଜ): ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକସନ୍‌ ନେଲା ଜୀବନ । ପ୍ରାଣ ହରାଇଲେ ଯୁବକ । ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ମୃତଦେହ ଜବତ କରି ପୋଲିସ ତଦନ୍ତ । ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ସାନ ଚାନ୍ଦିଲି ଗାଁରୁ ,ମୃତକ ହେଲେ ଉକ୍ତ ପ୍ରଶାନ୍ତ କୌଶଲ୍ୟ । ଜେକେପୁର ସ୍ଥିତ ବି.ସି ରୋଡ଼ ନିକଟରେ ବି.ଏ ରାଓ ବା ନନ୍ଦୁ ବାବୁ ନାମକ ଜଣେ ନକଲି କ୍ଲିନିକ ଚଳାଇଥିଲେ । ପ୍ରଶାନ୍ତଙ୍କ ମୁଣ୍ଡ ବ୍ୟଥା ସହ ସାମାନ୍ୟ ପେଟ ଯନ୍ତ୍ରଣା ହୋଇଥିଲା ।

ଏହାପରେ କ୍ଲିନିକରେ ଦୁଇଟି ଭୁଲ ଇଂଜେକସନ ଓ କିଛି ଔଷଧ ଦେଇଥିଲେ । ଇଂଜେକସନ ଦେବା ପରେ ପ୍ରଶାନ୍ତ ଙ୍କୁ ନେଇ ଘରକୁ ଫେରିବାର ୧୦ମିନିଟ ମଧ୍ୟରେ ବାନ୍ତି ସାଙ୍ଗକୁ ଛାତିରେ ଘଭୀର ଯନ୍ତ୍ରଣା ହେବା ସହ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଦେବ ସହ ଅଧିକ ତଦନ୍ତ କରୁଛି । ଦୀର୍ଘ ବର୍ଷ ଧରି ଏଭଳି ନକଲି କ୍ଲିନିକ କରି ଲୋକଙ୍କ ଜୀବନ ସହ ଖେଳୁଥିଲେ ନକଲି ଡାକ୍ତର ବି.ଏ ରାଓ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.