କିଡନୀକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ, ଶରୀର ରହିବ ସୁସ୍ଥ

କିଡନୀ ଶରୀର ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଗ । ଯଦି ଏହା ଖରାପ ହୋଇଯାଏ, ଶରୀର ଉପରେ ବଡ଼ କୁପ୍ରଭାବ ପକାଇଥାଏ । ଏହାଦ୍ୱାରା ଶରୀରରେ ବିଭିନ୍ନ ରୋଗ ହୋଇଥାଏ । କିଡନୀର ପ୍ରଧାନ କାମ ହେଲା ରକ୍ତରୁ ପାଣି ଓ ସୋଡିୟମକୁ ଅଲଗା କରିବା । ଏହା ସହ ପରିଶ୍ରା ଉତ୍ପାଦନ କରିବା ।

ଏଥିସହିତ କିଡନୀ ଏନଜାଇମ ରେନିନ ପ୍ରସ୍ତୁତି କରିଥାଏ,ଯାହା ରକ୍ତ ଚାପକୁ କଣ୍ଟ୍ରୋଲ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ । ଭୁଲ ଖାଦ୍ୟ ପାନୀୟ ଯୋଗୁ କିଡନୀରେ ପଥର ସୃଷ୍ଟି ହୋଇଥାଏ । ଯାହା ପରିଶ୍ରା କରିବାରେ ଅସୁବିଧା କରିଥାଏ । ତେଣୁ କିଡନୀକୁ ସୁସ୍ଥ ରଖିବା ବହୁତ ଜରୁରୀ ହୋଇଥାଏ । ଆସନ୍ତୁ ଜାଣିବା କିଡନୀକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକୀୟ ଟିପ୍ସ ସମ୍ପର୍କରେ ।

ଦରଜ ନିବାରକ ଔଷଧ ସେବନ କରନ୍ତୁ ନାହିଁ

ଔଷଧର ଅତ୍ୟଧିକ ସେବନ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ । ଆପଣ ଅଧିକାଂଶ ସମୟରେ ଦେଖିଥିବେ, ସାମାନ୍ୟ ମୁଣ୍ଡ ବିନ୍ଧା ଓ ଅସୁସ୍ଥ ଲାଗିଲେ ଲୋକେ ମେଡିସିନ ସେବନ କରିଥାନ୍ତି । ଏମିତି କେବେ ବି କରନ୍ତୁ ନାହିଁ । ଅଧିକ ଆବଶ୍ୟକ ନହେଲେ ମେଡିସିନ ଖାଆନ୍ତୁ ନାହିଁ । ତେଣୁ ମୁଣ୍ଡ ବିନ୍ଧା ଦୂର କରିବା ପାଇଁ ଘରେଇ ଉପଚାର ଆପଣାନ୍ତୁ ।

ବ୍ୟାୟାମ କରନ୍ତୁ

ସୁସ୍ଥ ରହିବା ପାଇଁ ସବୁଦିନ ବ୍ୟାୟାମ କରନ୍ତୁ । ଏଥିସହିତ ସନ୍ତୁଳିତ ଖାଦ୍ୟ ଖାଇବା ଜରୁରୀ ହୋଇଥାଏ । କିଡନୀକୁ ସୁସ୍ଥ ରଖିବା ପାଇଁ ସବୁଦିନ ବ୍ୟାୟାମ କରିବା ଜରୁରୀ । ଏହାଦ୍ୱାରା ଉଚ୍ଚ ରକ୍ତଚାପ କଣ୍ଟ୍ରୋଲ ରହିଥାଏ ଓ ଠିକ ମେଟାବୋଲିଜିମ ମଧ୍ୟ ହୋଇଥାଏ ।

ପାଣି ଖୁବ ପିଅନ୍ତୁ

ଯଦି ଆପଣ କିଡନୀକୁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି, ପ୍ରତିଦିନ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ । ଏହାଦ୍ୱାରା ଶରୀରରେ ଟକ୍ସିନ ବାହାରି ଯାଇଥାଏ । ସେହିପରି କିଡନୀ ପାଇଁ ଶରୀର ହାଇଡ୍ରେଟ ରହିବା ଲାଭକାରୀ ହୋଇଥାଏ । ତେଣୁ ପ୍ରତିଦିନ ୩ ଲିଟର ପାଣି ପିଇବା ଉଚିତ୍‌ ।

ଉଚ୍ଚ ରକ୍ତଚାପ ଓ ସୁଗାରକୁ ରଖନ୍ତୁ କଣ୍ଟ୍ରୋଲରେ

କିଡନୀକୁ ସୁସ୍ଥ ରଖିବା ପାଇଁ ଉଚ୍ଚ ରକ୍ତଚାପ ଓ ସୁଗାରକୁ କଣ୍ଟ୍ରୋଲରେ ରଖିବା ଜରୁରୀ । ଉଚ୍ଚ ରକ୍ତଚାପକୁ କଣ୍ଟ୍ରୋଲରେ ରଖିବା ପାଇଁ ପୋଟାସିୟମ ପୂର୍ଣ୍ଣ ଖାଦ୍ୟ ଖାଆନ୍ତୁ । ସେହିପରି ବ୍ଲଡ ସୁଗାର କଣ୍ଟ୍ରୋଲ କରିବା ପାଇଁ ସନ୍ତୁଳିତ ଆହାର ମଧ୍ୟ ଜରୁରୀ ହୋଇଥାଏ । ଚୀନି ଓ ଲୁଣକୁ ଅଳ୍ପ ମାତ୍ରାରେ ସେବନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.