Below header

ଅଭାବରୁ ସ୍ୱଭାବ ନଷ୍ଟ: ମିକ୍ସଚର ମେସିନ୍ ଚୋରି କରି ଧରାପଡ଼ିଲେ ଫିଲ୍ମ ପ୍ରଯୋଜକ

(କେନ୍ୟୁଜ): ଚୋର ସାଜିଥିଲେ ଓଡ଼ିଆ ଫିଲ୍ମ ପ୍ରଯୋଜକ । ଧରା ପକାଇଦେଲା ଫୋନ ପେ । ଫିଲ୍ମ ଷ୍ଟାଇଲରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ମିକ୍ସର ମେସିନ ଚୋରୀକରି ଭୁବନେଶ୍ୱରରେ ବିକ୍ରି କରିଥିଲେ । ଗତ ୬ ତାରିଖ ରାରି ୩ଟାରେ ଖଲ୍ଲିକୋଟ ଫରେଷ୍ଟ ଅଫିସ ଆଗରୁ ପ୍ରମୋଦ ସାହୁଙ୍କ ମିକ୍ସର ମେସିନଟିକୁ କେହି ଚୋରି କରି ନେଇଥିବା ନେଇ ଥାନାରେ ଏତଲା ହୋଇଥିଲା । ଖଲ୍ଲିକୋଟ ପୋଲିସ ତଦନ୍ତ କରିବା ସହ ସିସିଟିଭି ଯାଞ୍ଚ କରିଥିଲା । ସିସିଟିଭିରୁ ପୋଲିସ ମିକ୍ସର ମେସିନକୁ ଭିଡା ନେଇଥିବା ଗାଡିର ଠିକଣା ପାଇ ଡ୍ରାଇଭରକୁ ଆଣିଥିଲା ।

ଭଡା ଡାକିଥିବା ବ୍ୟକ୍ତି ଫୋନ ପେ ମାଧ୍ୟମରେ ଡ୍ରାଇଭରକୁ ଟଙ୍କା ପଠାଇଥିବାରୁ ସେହି ଫୋନ ପେ ନମ୍ବର ଆଧାରରେ ପୋଲିସ ତଦନ୍ତ କରିବା ସହ ଭୁବନେଶ୍ୱର ମଂଚେଶ୍ୱରରୁ କେନ୍ଦ୍ରାପଡାର ସୁତାଂଶୁ ମହାନ୍ତି ଓ ଭୁବନେଶ୍ୱର ମଂଚେଶ୍ୱରରେ ଥିବା ଜଣେ କବାଡି ଖାନା ମାଲିକଙ୍କୁ ପୋଲିସ ଗିରଫ କରିଥିଲା । ଅଭିଯୁକ୍ତ ସୁତାଂଶୁ ଜଣେ ଓଡିଆ ଫିଲ୍ମ ପ୍ରଯୋଜକ । ନିକଟରେ ସେ ଓଲିଉଡ ମୁଭି ଜେଜେ-ନଂ ୧ର ପ୍ରଯୋଜନା କରିଥିଲେ । ଟଙ୍କା ଅଭାବରୁ ଚୋରୀ କରିଥିବା ଅଭିଯୁକ୍ତ କହିଛନ୍ତି । ଖଲ୍ଲିକୋଟରୁ ମିକ୍ସର ମେସିନ ଚୋରୀକରି ଭୁବନେଶ୍ୱର ମଂଚେଶ୍ୱର କବାଡି ଖାନାରେ ବିକ୍ରି କରିଥିଲେ । ପୋଲିସ ମିକ୍ସର ମେସିନକୁ ଜବତ କରି ଚୋରି ହୋଇଥିବା ମାଲିକକୁ ଫେରାଇଥିବା ବେଳେ ଚୋରୀରେ ବ୍ୟବହୃତ ହୋଇଥିବା ଗୋଟିଏ ସ୍କୁଟିକୁ ଜବତ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.