ଏସିଆ ରଗ୍‌ବୀ ଅଣ୍ଡର ଏଇଟିନ୍‌ରେ କିସ୍‌ ମାମା ନାୟକଙ୍କ ଭାରତୀୟ ଟିମ୍‌ ଜିତିଲା ରୌପ୍ୟ ପଦକ

ଭୁବନେଶ୍ୱର (କେନ୍ୟୁଜ୍‌) : ଏସିଆ ରଗ୍‌ବୀ ଅଣ୍ଡର ଏଇଟିନ୍‌ ସେଭେନ୍‌ସ ଚାମ୍ପିଅନସିପ୍‌ରେ ଭାରତକୁ ରୌପ୍ୟ ପଦକ । କିସ୍‌ ଛାତ୍ରୀ ମାମା ନାଏକଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା ରଗ୍‌ବୀ ଟିମ୍‌କୁ ରୌପ୍ୟ ପଦକ ମିଳିଛି । ନେପାଳର କାଠମାଣ୍ଡୁରେ ଆୟୋଜିତ ଚାମ୍ପିଅନସିପ୍‌ରେ ମହିଳା ଦଳ ଏହି ସଫଳତା ହାସଲ କରିଛି। ଫାଇନାଲ ମ୍ୟାଚ୍‌ ୟୁଏଇ ଓ ଭାରତ ମଧ୍ୟରେ ଖେଳା ଯାଇଥିଲା । ଭାରତକୁ ହରାଇ ୟୁଏଇ ଚାମ୍ପିଅନ୍‌ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛି ।
ଭାରତୀୟ ରଗ୍‌ବୀ ଟିମ୍‌ରେ ଥିଲେ କିସ୍‌ ଛାତ୍ରୀ ମାମା ନାଏକ, ତାରୁଲତା ନାଏକ, ନିର୍ମାଲ୍ୟ ରାଉତ ଏବଂ ମୟୂରଭଞ୍ଜ ଜିଲ୍ଲାର ପାର୍ବତୀ ହାଂସଦା, ଆରତୀ ମୁର୍ମୁ । ମହିଳା ଟିମ୍‌ର ଏହି ସଫଳତା ପରେ ଶୁଭେଚ୍ଛା ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.