Below header

୨୦୨୩ ସେପ୍ଟେମ୍ବରରେ ଭାରତ ଆସି ପାରନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌

ନୂଆଦିଲ୍ଲୀ : ୨୦୨୩ ସେପ୍ଟେମ୍ବରରେ ଭାରତ ଆସି ପାରନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ନୁଆଦିଲ୍ଲୀରେ ଜି ୨୦ ବୈଠକରେ ଯୋଗ ଦେବାକୁ ଭାରତ ଆସିବେ । ଜି ୨୦ ସେର୍ପା ସମ୍ମିଳନୀର ରୁଷ୍‌ ପ୍ରତିନିଧି ରୁଷୀୟ ନ୍ୟୁଜ୍‌ ଏଜେନ୍‌ସୀ TASSକୁ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଭାରତ-ରୁଷ ବାର୍ଷିକ ଦ୍ୱିପାକ୍ଷିକ ସମ୍ମିଳନୀ ହେବ ସମ୍ଭାବନା ନାହିଁ । ମସ୍କୋ ନଯାଇପାରନ୍ତି ମୋଦି । ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି ।

ଏବର୍ଷ ଭାରତ-ରୁଷ ଦ୍ୱିପାକ୍ଷିକ ସମ୍ମିଳନୀ ମସ୍କୋରେ ହେବା କଥା । ଏଥିପାଇଁ ତାରିଖ ନିର୍ଦ୍ଧାରିତ ହୋଇ ନାହିଁ । କିନ୍ତୁ ବାର୍ଷିକ ସମ୍ମିଳନୀ କାହିଁକି ହେବ ନାହିଁ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ୨୦୨୧ ଡିସେମ୍ବରରେ ନୂଆଦିଲ୍ଲୀରେ ଭାରତ-ରୁଷ୍‌ ଦ୍ୱିପାକ୍ଷିକ ସମ୍ମିଳନୀ ହୋଇଥିଲା। ପୁଟିନ ନୂଆଦିଲ୍ଲୀ ଆସିଥିଲେ। ଏହା ପରେ ଶେଷ ଥର ପାଇଁ ଉଜବେକିସ୍ତାନରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଏସସିଓ ଆଞ୍ଚଳିକ ସୁରକ୍ଷା ସମିତି ଅବସରରେ ପରସ୍ପରକୁ ଭେଟିଥିଲେ ମୋଦି-ପୁଟିନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.