ମଣିଷ ମାରିଥିବା ନାଲିଆ ପାଗଳ ଷଣ୍ଢର ମୃତ୍ୟୁ, ଗତ ୨ ଦିନ ହେବ ରାଜଧାନୀରେ ମଚାଉଥିଲା ଆତଙ୍କ

ଭୁବନେଶ୍ୱର (କେନ୍ୟୁଜ): ଆତଙ୍କ ମଚାଇଥିବା ପାଗଳ ଷଣ୍ଢର ମୃତ୍ୟୁ । ଜଟଣି ଗୋଷାଳାରେ ଷଣ୍ଢର ମୃତ୍ୟୁ ହୋଇଛି । ଗତ ୨ ଦିନ ହେବ ପଟିଆ ପଦ୍ମକେଶରପୁରରେ ପାଗଳ ଷଣ୍ଢ ଆତଙ୍କ ଯୋଗୁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆଜି ମହାନଗର ନିଗମ ଷଣ୍ଡକୁ କାବୁ କରି ଜଟଣି ଗୋଷାଳାରେ ଛାଡିଥିଲା । ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ମୃତକ ସଦାଶିବ ଶବର । ୭ଜଣ ଗୁରୁତର ହୋଇଥିଲେ। ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି । ପାଗଳ ଷଣ୍ଢ ଆକ୍ରମଣରେ ଆଉ ଏକ ଷଣ୍ଢ ମଧ୍ୟ ଗୁରୁତର ହୋଇଛି । ଏହାପରେ ଷଣ୍ଢଟିକୁ କାବୁ କରି କାଞ୍ଜିଆହୁଦାକୁ ନେବା ପାଇଁ ସ୍ଥାନୀୟ ଲୋକ ବିଏମସି ଓ ପଶୁ ବିଭାଗ କର୍ମଚାରୀଙ୍କୁ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.