ସରକାରଙ୍କ ସହ ଭଲ ସଂପର୍କ ନରହିଲେ ପ୍ରତିଶ୍ରୁତି ପୂରଣ କରି ପାରିବିନି, ଏମିତି କହିଲେ ଆପ୍‌ ନେତା

ନୂଆଦିଲ୍ଲୀ : ଗୁଜରାଟରେ ଆମ ଆଦମୀ ପାର୍ଟିକୁ ଲାଗିପାରେ ଝଟ୍‌କା। ବିଜେପିରେ ସାମିଲ ହୋଇପାରନ୍ତି ଆପ୍‌ ବିଧାୟକ ଭୂପତ ଭୟାନି । ମୋ ହୀରାମାନେ ବିକ୍ରି ହେବେ ନାହିଁ ବୋଲି କହିଥିଲେ ଅରବିନ୍ଦ କେଜ୍ରିଓ୍ଵାଲ । କିନ୍ତୁ ଦଳ ବଦଳାଇବାକୁ ଗୋଡ଼ ଟେକିଲେଣି ଭୂପତ ଭୟାନି । ତେବେ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ପଚାରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଭୟାନି । ପୂର୍ବରୁ ସେ ବିଜେପିରେ ଥିଲେ । ପୁଣି ବିଜେପିକୁ ଫେରିବାକୁ ଚାହୁଁଛନ୍ତି । ସେ ବିଜେପିକୁ ଫେରିବା ଉଚିତ ହେବ କି ନାହିଁ ଲୋକଙ୍କୁ ପଚାରିବେ ।

ତାଙ୍କ ନିର୍ବାଚନମଣ୍ଡଳୀରେ ଅଧିକାଂଶ ଲୋକ ଚାଷୀ । ଜଳସେଚନ ସଂପର୍କିତ ସମସ୍ୟାର ସମାଧାନ ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ସରକାରଙ୍କ ସହ ଭଲ ସଂପର୍କ ନରହିଲେ ସେ ପ୍ରତିଶ୍ରୁତି ପୂରଣ କରି ପାରିବେନି ବୋଲି କହିଛନ୍ତି । ଭୂପତ ବିଜେପିକୁ ଫେରିଲେ ଆପ୍‌ ପାଖରେ ରହିବେ ୪ ବିଧାୟକ । ଗୁଜରାଟରେ ମୋଟ ୫ଟି ସିଟ୍‌ ଜିତିଛି ଆପ୍‌ । ଅନ୍ୟପଟେ ୩ ଜଣ ସ୍ୱାଧୀନ ବିଧାୟକ ଭୂପେନ୍ଦ୍ର ପଟେଲ ସରକାରକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.