ବଲାଙ୍ଗିରରେ ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସଂପାଦକ, ସାଲେପାଲିରେ ଥିବା ଘର ଓ ତରଭା ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ

ବଲାଙ୍ଗିର(କେନ୍ଯୁଜ୍): ବଲାଙ୍ଗିରରେ ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସଂପାଦକ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ୟାକ୍ସ ସମ୍ପାଦକ ମାସୁଦ ମହମ୍ମଦଙ୍କ ଘରେ ଭିଜିଲାନ୍ସ ରେଡ଼ କରିଛି । ସୋନପୁର ଜିଲ୍ଲା ଚାରିଭଟା ଓ ଦୁବୁଲା ପ୍ୟାକ୍ସରେ ସଂପାଦକ ଭାବରେ କାମ କରନ୍ତି ମାସୁଦ ମହମ୍ମଦ ।

ଆଜି ବଲାଙ୍ଗିର ସହରର ସାଲେପାଲିରେ ଥିବା ତାଙ୍କ ଘର ଓ ତରଭା ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ସୋନପୁର, ବଲାଙ୍ଗିର , ବରଗଡ ଓ ସମ୍ବଲପୁର ଭିଜିଲାନ୍ସ ଟିମ ଚଢ଼ାଉରେ ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.