ସମ୍ବଲପୁରକୁ ଫେରିଲାଣି ଶାନ୍ତି, ସ୍ଥିତି ସୁଧୁରୁଥିବାରୁ ଅଧିକ କୋହଳ ହୋଇଛି କର୍ଫ୍ୟୁ

ସକାଳ ସାଢ଼େ ୭ଟାରୁ ସାଢ଼େ ଗୋଟାଏ ଓ ଅପରାହ୍ଣରେ ସାଢ଼େ ୩ଟାରୁ ୬ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି । ସାଧାରଣ ଜୀବନଯାତ୍ରାକୁ ଦେଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଖୋଲିଥିଲା ଦୋକାନ, ବଜାର ।

ସମ୍ବଲପୁର(କେନ୍ୟୁଜ୍):  ସ୍ୱାଭାବିକ ହେଉଛି ସମ୍ବଲପୁର । ସହରକୁ ଶାନ୍ତି ଫେରିଲାଣି । ସ୍ଥିତି ସୁଧୁରୁଥିବାରୁ ଅଧିକ କୋହଳ ହୋଇଛି କର୍ଫ୍ୟୁ । ଆଜିଠାରୁ ସକାଳେ ୪ଘଣ୍ଟା ଓ ଅପରାହ୍‌ଣରେ ଅଢ଼େଇ ଘଣ୍ଟା କୋହଳ କରାଯାଇଛି କଟକଣା । ସକାଳ ସାଢ଼େ ୭ଟାରୁ ସାଢ଼େ ଗୋଟାଏ ଓ ଅପରାହ୍ଣରେ ସାଢ଼େ ୩ଟାରୁ ୬ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି । ସାଧାରଣ ଜୀବନଯାତ୍ରାକୁ ଦେଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଖୋଲିଥିଲା ଦୋକାନ, ବଜାର । ଅତ୍ୟାବଶ୍ୟକ ସାମଗ୍ରୀ ଓ ପନିପରିବା କିଣିବାକୁ ମାର୍କେଟରେ ଦେଖିବାକୁ ମିଳିଥିଲା ଗହଳି । ସ୍ଥିତି ଦେଖି ଆଗକୁ କର୍ଫ୍ୟୁ କୋହଳ ଅବଧି ବଢିବ । ଜିଲ୍ଲାରେ ଆସନ୍ତାକାଲି ସକାଳ ୧୦ଟା ଯାଏ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ । ଶାନ୍ତି ଫେରାଇ ଆଣିବା ପାଇଁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରୁଛି ପ୍ରଶାସନ ।

ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ତିନି ଦିନ ସମ୍ବଲପୁରରେ ସ୍ଥିତି ସମୀକ୍ଷା କରିଥିଲେ ପୋଲିସ ଡିଜି ସୁନୀଲ ବଂଶଲ । ତାଙ୍କ ସହ ଯାଇଥିଲେ ବରିଷ୍ଠ ପୋଲିସ ଅଧିକାରୀ । ସେହିପରି ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ବି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଥିଲେ । ସେମାନେ ଆଜି ଭୁବନେଶ୍ୱର ଫେରିଛନ୍ତି । ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ପ୍ରଶାସନ ସବୁ ପ୍ରକାର ଉଦ୍ୟମ କରୁଛି । ହନୁମାନ ଜୟନ୍ତୀ ରାଲି ବେଳେ ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣି ୮୫ ଜଣ । ଗଣ୍ଡଗୋଳକାରୀ ଓ ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ହିଂସାକାଣ୍ଡ ଘଟଣାରେ ସଂପୃକ୍ତ କିଛି ଗଣ୍ଡଗୋଳକାରୀ ଜିଲ୍ଲା ବାହାରକୁ ଚାଲିଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ତନାଘନା କରୁଛି ପୋଲିସର ସ୍ୱତନ୍ତ୍ର ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.