ଏଣିକି ୫ଦିନ ପରିବର୍ତ୍ତେ ୧୦ ଦିନ ହେବ ପିଠା କ୍ୟାମ୍ପ

ଭୁବନେଶ୍ବର (କେନ୍ୟୁଜ୍) : ଏଣିକି ୫ଦିନ ପରିବର୍ତ୍ତେ ୧୦ ଦିନ ହେବାକୁ ଯାଉଛି ପିଠା କ୍ୟାମ୍ପ । ଆଜିଠାରୁ ଫେବୃଆରି ୨୦ ତାରିଖ ମଧ୍ୟରେ ଗ୍ରାମ ପଞ୍ଚାୟତରେ ଆୟୋଜିତ ହେବ ପିଠା କ୍ୟାମ୍ପ । ଏଥିରେ ୪୮ଲକ୍ଷ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ମିଳିବ । ୩୩ ଲକ୍ଷ ପରିବାରକୁ ୪ଟି ଲେଖାଏଁ ଏଲଇଡି ବଲ୍ବ ମିଳିବ । ପ୍ରଥମ ପର‌୍ୟ୍ୟାୟରେ ୩ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ମାର୍ଟଫୋନ କିଣିବା ପାଇଁ ୩ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତା ମିଳିବ । ଏହା ସହ କାଳିଆ ଯୋଜନା ସଂପର୍କରେ ଲୋକମାନଙ୍କୁ ସଂପୂର୍ଣ୍ଣ ସୂଚନା ପ୍ରଦାନ କରାଯିବ । ଖାଦ୍ୟ ସୁରକ୍ଷା, ଖୁସି ଓ ଜନଜାତି ସଶକ୍ତିକରଣ ସଂପର୍କରେ ଲୋକଙ୍କୁ ସଚେତନ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.