Below header

ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ପିଠା’ର କାର୍ଯ୍ଯକାରିତା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ପିଠା’ କାର୍ଯ୍ଯକାରିତା ନେଇ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରାଯାଇଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତିରାଜ ସଚିବ ଦେଓରଂଜନ ସିଂ ଓ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ପିପୁଲସ ଏମ୍ପପାୱାରମେଣ୍ଟ -ଏନବଲିଂ ଟ୍ରାନସପରେନସୀ ଆଣ୍ଡ ଆକାଉଣ୍ଟାବିଲିଟି ଅଫ ଓଡ଼ିଶା ଇନସିଟେଭସ-ପିଠା ଆମ ଗାଁ ଆମ ବିକାଶ ଅଧୀନ ଏକ ଉପଯୋଜନା । ଏହା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବା ସହ ସ୍ୱଚ୍ଛତା ଆଣିବା ପାଇଁ ଲକ୍ଷ୍ୟ ରହିଛି । ରାଜ୍ୟ ସରକାରଙ୍କ ଥ୍ରି-ଟି ଅଭିଯାନର ଏହା ମଧ୍ୟ ଏକ ଅଂଶବିଶେଷ ।

pଏହି ଯୋଜନାରେ ପ୍ରତି ମାସ ୧୫ ରୁ ୨୦ ତାରିଖ ଯାଏଁ ପଞ୍ଚାୟତରେ କ୍ୟାମ୍ପ ଆୟୋଜନ କରାଯିବ ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି। ସେ କହିଛନ୍ତି, ପିିଠା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଲୋକଙ୍କୁ ସଚେତନତା ଲାଗି ପଦକ୍ଷେପ ନିଆଯିବ । ଆସନ୍ତା ତିନି ମାସ ଯାଏ କାର୍ଯ୍ଯକ୍ରମ ଚାଲିବ । ପ୍ରତି ବ୍ଲକ ସ୍ତରରେ ତଦାରଖ କରିବେ ପର୍ଯ୍ଯବେକ୍ଷକ । ବ୍ଲକ ସ୍ତରରେ ପ୍ରତି ମାସରେ ଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିବ । ସେହିପରି ଜିଲ୍ଲା ଓ ରାଜ୍ୟ ସ୍ତରରେ ମଧ୍ୟ ପୁରସ୍କାର ପ୍ରଦାନର ବ୍ୟବସ୍ଥା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.