ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର : ୮ ଦିନ ପରେ ବନ୍ଦ ହେବାକୁ ଯାଉଛି ଏହି ଖାସ୍ ସୁବିଧା

ନୂଆଦିଲ୍ଳୀ : ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ ପୁଣି ତାହାର ଏକ ବ୍ୟବସ୍ଥାକୁ ବନ୍ଦ କରିବାକୁ ଯାଉଛି। ଆଜ୍ଞା ହଁ, ଏସବିଆଇ ୧୨ ଡିସେମ୍ବରରୁ Non-CTS ଚେକ୍ ଦ୍ବାରା ହୋଇଥିବା ପେମେଣ୍ଟକୁ ଆଉ ସ୍ବୀକାର କରିବ ନାହିଁ। ମେସେଜ୍ ଜରିଆରେ ଏନେଇ ବ୍ୟାଙ୍କ ତାହାର ସମସ୍ତ ଗ୍ରାହକଙ୍କୁ ସୂଚନା ପ୍ରଦାନ କରୁଛି। ବ୍ୟାଙ୍କର ସୂଚନା କ୍ରମେ, ଆସନ୍ତା ୧୨ ତାରିଖରୁ Non-CTS ଚେକକୁ ବ୍ଲକ କରାଯିବ। ଖାଲି ଏସବିଆଇ ନୁହଁ ବରଂ ସମସ୍ତ ବ୍ୟାଙ୍କ ଏହି ବ୍ୟବସ୍ଥାକୁ ଜାନୁଆରି ୧ ତାରିଖରୁ ବନ୍ଦ କରିବାକୁ ଯାଉଛନ୍ତି।

non-cts-cheque

ଆରବିଆଇ ଦ୍ବାରା ଲାଗୁ କରାଯାଇଥିବା ଗାଇଡ଼ଲାଇନ୍ :

-ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ବ୍ୟାଙ୍କ ମାନଙ୍କରେ CTS ବ୍ୟବସ୍ଥା ଆରମ୍ଭ କରିବାର ନେଇ ନିର୍ଦ୍ଦେଶ ରହିଛି।

-ଦେଶର ପୁରୁଣା ଚେକବୁକ୍ ବ୍ୟବହାର କରାଯାଇଥିବା ବେଳେ ବହୁ ଦିନ ପୂର୍ବରୁ ବିଦେଶରେ CTS (Cheque Truncation System) ଆରମ୍ଭ ହୋଇଗଲାଣି।

SBI-image-4-2

-ଆରବିଆଇ ଏନେଇ ବ୍ୟାଙ୍କ ଗୁଡ଼ିକୁ ୩୧ ଡ଼ିସେମ୍ବର, ୨୦୧୮ ପର‌୍ୟ୍ୟନ୍ତ ସମୟ ଦେଇଛି। ଏହାପରେ କୌଣସି ବ୍ୟାଙ୍କ Non-CTS ଚେକ ଦ୍ବାରା କୌଣସି ପେମେଣ୍ଟ କରିବେ ନାହିଁ।

କଣ କରିବେ ଗ୍ରାହକ :

-ଆପଣଙ୍କୁ ନିଜ ବ୍ୟାଙ୍କରେ ଚେକ୍ ବୁକକୁ ସରେଣ୍ଡର କରିବାକୁ ପଡ଼ିବ।

-କାରଣ ସେହି ଚେକ୍ ବୁକରେ ଆପଣ ଆଉ କୌଣସି ପ୍ରକାରର ଟଙ୍କା ନେଣଦେଣ କରିପାରିବେ ନାହିଁ।

cheque-issuer

-ନିଜ ଆକାଉଣ୍ଟ ଥିବା ବ୍ରାଞ୍ଚକୁ ଯାଇ CTS ସୁବିଧା ଥିବା ଚେକବୁକ୍ ଆବେଦନ କରନ୍ତୁ।

-ଯଦି ଆପଣଙ୍କ ପାଖକୁ ବ୍ୟାଙ୍କ ତରଫରୁ କୌଣସି ମେସେଜ୍ ଆସିନାହିଁ । ତାହାପରେ ମଧ୍ୟ ଆପଣ ବ୍ୟାଙ୍କରେ ନୂଆ ଚେକବୁକ୍ ପାଇଁ ଆବେଦନ କରିପାରିବେ।

cheque

କଣ ରହିଛି ଲାଭ :

ଉଞଝ ଚେକ୍ କ୍ଳିୟରରାନ୍ସ ପାଇଁ ଆପଣଙ୍କୁ ଆଉ ଭିନ୍ନ ଭିନ୍ନ ବ୍ୟାଙ୍କର ଚକ୍କର କାଟିବାକୁ ପଡ଼ିବ ନାହିଁ। ଖାଲି ଚେକ୍ କ୍ଳିୟର କରିବା ପାଇଁ ବ୍ୟାଙ୍କରେ ଏକ ଇଲେକ୍ଟ୍ରରାଲ କପି ଦେଖାଇବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.