Below header

ଟଙ୍କା କାହାର, ଲାଇନ୍ ଦେଇଛି କିଏ ? ବଡ଼ ବଡ଼ିଆଙ୍କ ଗୋଲାପୀ ନୋଟ୍ ବଦଳାଇବାକୁ ଆଜି ବି ଲମ୍ବା ଲାଇନ୍

ଆଜି ବି ଭୁବନେଶ୍ବର ଆରବିଆଇ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ । କମିଶନ ନେଇ ଦୁଇ ହଜାର ଟଙ୍କା ନୋଟ ବଦଳାଇବା ଖବର ଉପରେ ଖୋଳତାଡ କରୁଛି EOW ଓ ED । ଗତକାଲି ଦୁଇ ହଜାର ଟଙ୍କା ନୋଟ ବଦଳ ପାଇଁ ଲମ୍ବା ଲାଇନ ଲାଗିଥିବା ବେଳେ ଇଡି ଟିମ୍ ପହଞ୍ଚି ଖୋଳତାଡ କରିଥିଲା ।

ଭୁବନେଶ୍ବର (କେନ୍ୟୁଜ): ଗୋଲାପୀ ନୋଟ୍ ବଦଳାଇବାକୁ ଆଜି ବି ଲମ୍ବା ଲାଇନ୍ । ଆଜି ବି ଭୁବନେଶ୍ବର ଆରବିଆଇ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ । କମିଶନ ନେଇ ଦୁଇ ହଜାର ଟଙ୍କା ନୋଟ ବଦଳାଇବା ଖବର ଉପରେ ଖୋଳତାଡ କରୁଛି EOW ଓ ED । ଗତକାଲି ଦୁଇ ହଜାର ଟଙ୍କା ନୋଟ ବଦଳ ପାଇଁ ଲମ୍ବା ଲାଇନ ଲାଗିଥିବା ବେଳେ ଇଡି ଟିମ୍ ପହଞ୍ଚି ଖୋଳତାଡ କରିଥିଲା । ଏହାପୂର୍ବରୁ EOW ର ୨ ଜଣିଆ ଟିମ ପହଞ୍ଚି ତନାଘନା ତଦନ୍ତ କରିଥିଲା । ନୋଟ ବଦଳାଉଥିବା ଲୋକଙ୍କୁ ପଚରାଉଚରା କରାଯିବା ସହ ଧାଡ଼ିରେ ଥିବା ଲୋକଙ୍କ ଆଧାର କାର୍ଡ ଯାଞ୍ଚ ହୋଇଥିଲା ।

କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲାରୁ ମଧ୍ୟ ଲୋକ ଆସି ଆରବିଆଇ ଅଫିସ ଆଗରେ ଲାଇନ ଲଗାଇଛନ୍ତି। କିଛି ଲୋକ କମିଶନି ପାଇବା ପାଇଁ ଅନ୍ୟମାନଙ୍କର ଟଙ୍କା ବଦଳ କରିବାକୁ ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି । ୨୦ ହଜାର ଟଙ୍କା ବଦଳାଇବା ପାଇଁ ୨୫୦ରୁ ୩ଶହ ଟଙ୍କା କମିଶନ ନେଉଛନ୍ତି । ଏହି କମିଶନି ଦେଉଛି କିଏ ? କାହାର ଟଙ୍କା ବଦଳାଯିବା ପାଇଁ କମିଶନି କାରବାର ହେଉଛି ? ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ୪ ମାସ ମହଲତ ଦିଆଯାଇଥିବା ବେଳେ କାହିଁକି ସେତେବେଳେ ଟଙ୍କା ବଦଳାଇନଥିଲେ ? ତାକୁ ନେଇ ନାନା ପ୍ରଶ୍ନ ଉଠିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.