ଖୋଲିଲା କୁଲଢିଆ ଅଭୟାରଣ୍ୟ, ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଦୂର ଦୂରାନ୍ତରରୁ ଆସୁଛନ୍ତି ପର୍ଯ୍ୟଟକ

ରାଜ୍ୟ ତଥା ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୁଲଢିଆ ଅଭୟାରଣ୍ୟକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ମିଳିଛି । ଯାହା ଓଡ଼ିଶା ତଥା ବାଲେଶ୍ୱର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ । କୁଲଢିଆ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ମଧ୍ୟରେ ବହୁ ହାତୀ ରହୁଥିବାରୁ ଏହାକୁ ହସ୍ତୀ ଅଭୟାରଣ୍ୟର ମାନ୍ୟତା ମଧ୍ୟ ମିଳିଛି ।

ଓଡ଼ିଶାରେ ଥିବା କୁଲଢିଆ ଅଭୟାରଣ୍ୟର ସୌନ୍ଦର୍ଯ୍ୟ ପଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରେ । ଏଠାରେ ଥିବା ଜୀବଯନ୍ତୁ ଏବଂ ସୁନ୍ଦର ପରିବେଶରେ ପର୍ଯ୍ୟଟକମାନେ ବାହାର ଦୁନିଆକୁ ଭୁଲି ଯାଆନ୍ତି । କୁଲଢିଆର ପ୍ରକୃତିର ଦୃଶ୍ୟ ଖୁବ ମନୋରମ । ତେବେ ରାଜ୍ୟ ତଥା ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୁଲଢିଆ ଅଭୟାରଣ୍ୟକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ମିଳିଛି । ଯାହା ଓଡ଼ିଶା ତଥା ବାଲେଶ୍ୱର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ । କୁଲଢିଆ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ମଧ୍ୟରେ ବହୁ ହାତୀ ରହୁଥିବାରୁ ଏହାକୁ ହସ୍ତୀ ଅଭୟାରଣ୍ୟର ମାନ୍ୟତା ମଧ୍ୟ ମିଳିଛି । ଏହାର ପାକୃତିକ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥାନ୍ତି।

ଏହି ଅଭୟାରଣ୍ୟ ୨୭୨.୭୫ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପି ରହିଛି । ଏହା ମଧ୍ୟରେ ଛୋଟ ଛୋଟ ପାହାଡି ଝରଣା, ରିଶିଆ ଡ୍ୟାମ , ଗୋହିରାଭୋଳ ଠାରେ ପ୍ରକୃତି ନିବାସ ରହିଛି । ଜଙ୍ଗଲ ମଧ୍ୟରେ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଯଥା ହାତୀ, ଭାଲୁ ,ବାଘ, ହରିଣ, ସମ୍ବର, ଗୟଳ, ମଇଁଷି, ନୀଳଗାଈ, କୁଟାରି ବଜ୍ରକାପ୍ତା, ଠେକୁଆ, ମୟୂର, ବିରଳ ପ୍ରଜାତିର ପାହାଡି କଇଁଛ ଏବଂ ଦେଶୀ ତଥା ବିଦେଶାଗତ ପକ୍ଷୀ ଦେଖାଯାଇଥାନ୍ତି । ୨୫୦ରୁ ଅଧିକ ପ୍ରଜାତିର ପଶୁପକ୍ଷୀ ଏଠାରେ ଭିନ୍ନ ଭିନ୍ନ ସମୟରେ ଦେଖିବାକୁ ମିଳିଥାଏ । ତେବେ ଏହି ସବୁ ଦୃଶ୍ୟ ଦେଖିବାକୁ ହେଲେ ପର୍ଯ୍ୟଟକ ମାନଙ୍କୁ ଅଭୟାରଣ୍ୟ ଭିତରକୁ ଯିବାକୁ ପଡ଼ିଥାଏ । ଏବେ ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ରାତ୍ର ରହଣୀ ଓ ସୁଷମ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଛି । ତେବେ ବର୍ଷା ଋତୁରେ ପାଞ୍ଚ ମାସ ଏହି ଅଭୟାରଣ୍ୟ ବନ୍ଦ ରହୁଥିବା ବେଳେ ଚଳିତ ବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ନଭେମ୍ବର ୧ ତାରିଖରେ ଏହା ଖୋଲାଯାଇଛି ।

ତେବେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ନଭେମ୍ବର ୧ ତାରିଖରେ କୁଲଢିଆ ଅଭୟାରଣ୍ୟରେ ଗୁହିରାଭୋଳ ଗେଟ୍ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଛି। ପ୍ରଥମ ପର୍ଯ୍ୟଟକ ଭାବେ ଯାଜପୁର ଜିଲ୍ଲାର କୃପାସିନ୍ଧୁ ଦାସ ନାମ ପଞ୍ଜିକରଣ କରିଛନ୍ତି । ଗେଟ୍ ଖୋଲିବା ପରେ ୭ଟି ଚାରିଚକିଆ ଗାଡ଼ି ଓ ୨୭ ଜଣ ପର୍ଯ୍ୟଟକ ଅଭୟାରଣ୍ୟ ବୁଲିବାକୁ ଯାଇଥିବା ବନବିଭାଗ ସୂତ୍ରରୁ ଜଣାଯାଇଛି । ପର୍ଯ୍ୟଟକଙ୍କ ବୁଲିବା ପାଇଁ ଏହି ସମୟରେ ଚାରୋଟି କୃତ୍ରିମ ସଲ୍ଟ ପିଚ୍, ପାଞ୍ଚଟି ୱାଚ ଟାୱାର କରାଯାଇଛି। ଏହା ସାହାଯ୍ୟରେ ଅତି ନିକଟରୁ ଅଭୟାରଣ୍ୟର ପଶୁପକ୍ଷୀଙ୍କୁ ଦେଖିହେବ। ଅନ୍ୟପଟେ ଭ୍ରମଣ ପାଇଁ ଦିନ ୧୦ ଟାରୁ ଦିନ ୫ ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ ରହିଛି । ଏଠାରେ ଜଣେ ବ୍ୟକ୍ତିଙ୍କ ପାଇଁ ୪୦ ଟଙ୍କା, କ୍ୟାମେରା ପାଇଁ ୫୦ ଟଙ୍କା, ଚାରିଚକିଆ ଯାନ ପାଇଁ ୧୦୦ ଓ ନେଚରକ୍ୟାମ୍ପ ରାତ୍ରି ଯାପନ ପାଇଁ ୩୮୫୪ ଟଙ୍କା ଧାର୍ଯ୍ୟ କରାଯିବା ସହିତ ଅନଲାଇନ୍ ବୁକିଂ ଓ ୱେବ୍ ସାଇଟ୍ ମାଧ୍ୟମରେ ବୁକିଂର ବ୍ୟବସ୍ଥା ରହିଛି।

ଶରତ ଶେଷ ଓ ଶୀତ ଆରମ୍ଭରେ ସୌନ୍ଦର୍ଯ୍ୟ ରାଣୀ କୁଲଢିଆ ଅଭୟାରଣ୍ୟ ନିଜକୁ ସତେ ଯେମିତି ଏକ ନବବଧୂ ପରି ସଜେଇ ହୋଇଛି । ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ତା କୋଳରେ ସାଇତି ରଖିଛି ଅନେକ ବିସ୍ମୟକର ବନ୍ୟପ୍ରାଣୀ ଓ ପକ୍ଷୀ । ଗଭୀର ଜଙ୍ଗଲର ନିସ୍ତବତା ଶାନ୍ତ ସୌନ୍ଦର୍ଯ୍ୟ ନିଶ୍ଚିତ ଭାବେ ପ୍ରକୃତ୍ତି ପ୍ରେମୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଏଥିରେ ସନ୍ଦେହ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.