Below header

ରେଳ ବଜେଟ୍‌ରେ ଓଡ଼ିଶାକୁ ଅନୁଦାନ: କନ୍ଧମାଳ ଜିଲ୍ଲାରେ ରେଳ ସଂଯୋଗ ହେବା ଖବର ଶୁଣି ଜିଲ୍ଲାବାସୀଙ୍କ ବଢିଛି ଉତ୍କଣ୍ଠା 

କେନ୍ୟୁଜ୍(ବ୍ୟୁରୋ):ରେଳ ବଜେଟ୍‌ରେ ଓଡ଼ିଶାକୁ ଅନୁଦାନ । ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ଲାଇନ ପାଇଁ ବଜେଟ୍‌ରେ ଅନୁଦାନ ହୋଇଛି । କନ୍ଧମାଳ ଜିଲ୍ଲାରେ ରେଳ ସଂଯୋଗ ହେବା ଖବର ଶୁଣି ଜିଲ୍ଲାବାସୀଙ୍କ ଉତ୍କଣ୍ଠା ବଢିଛି । ଏନେଇ ରେଳମନ୍ତ୍ରୀ ଏବଂ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଦୀର୍ଘ ବର୍ଷ ଧରି ଜିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ କନ୍ଧମାଳରେ ରେଳ ସଂଯୋଗ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଦାବି କରାଯାଇଥିଲା । ପରବର୍ତ୍ତୀ ସମୟରେ ସାଂସଦ ଡ. ଅଚ୍ୟୁତ ସାମନ୍ତ ସଂସଦରେ ରେଳ ସଂଯୋଗ ନିମନ୍ତେ ଦାବି ଉପସ୍ଥାପନା କରିଥିଲେ । ଏଥିସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟରେ ରେଳ ସଂଯୋଗ ପାଇଁ ସାକ୍ଷାତ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.