Below header

କ୍ୟାନସର ଠାରୁ ଦୂରରେ ରଖିବ ଏହି ୫ ସୁପର ଫୁଡ୍ସ , ଖାଦ୍ୟରେ ଜରୁର ସାମିଲ କରନ୍ତୁ

ନୂଆଦିଲ୍ଲୀ :  ଜାଣନ୍ତି କି ଜୀବନ ଚର୍ଯ୍ୟାରେ କିଛି ପରିବର୍ତ୍ତନ ଆପଣଙ୍କୁ କର୍କଟ ବା କ୍ୟାନ୍ସର ଠାରୁ ଦୂରରେ ରଖି ପାରିବ । କ୍ୟାନ୍ସର ପାଇଁ ମାତ୍ର ଅଳ୍ପ କିଛି ମାତ୍ରା ଆନୁବଂଶିକ କାରଣରୁ ହେଉଥିବା ବେଳେ ଅଧିକାଂଶ କ୍ୟାନ୍ସର ଜୀବନ ଶୈଳୀ ଓ ପର୍ଯ୍ୟାବରଣ ପାଇଁ ହୋଇଥାଏ ।

ସିଗାରେଟ ପିଇବା, ତେଲ ଭାଜି ଖାଇବା, ରେଡ ମିଟ, ମଦ, ପରିବେଶ ପ୍ରଦୂଷଣ, ସଂକ୍ରମଣ, ମାନସିକ ଚାପ, ମୋଟାପର ଓ ଶାରୀରିକ ନିଷ୍କ୍ରିୟତା ସହ ଖରାପ ଖାଦ୍ୟ ପାନୀୟ ଯୋଗୁ କ୍ୟାନସର ହୋଇଥାଏ । ସାରା ବିଶ୍ୱରେ ପ୍ରତି ବର୍ଷ ୪ ଫେବ୍ରୁଆରୀକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଇଥାଏ । ଫଳରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ବିଶ୍ୱ କର୍କଟ ଦିବସ ପାଳନ କରାଯାଇଥାଏ । ଆଜି ଆସନ୍ତୁ ଜାଣିବା କିଛି ଖାଦ୍ୟ ପଦାର୍ଥ ବିଷୟରେ ଯେଉଁଥିରେ ଆଣ୍ଟି କ୍ୟାନସର ଗୁଣ ରହିଥାଏ । ଏ ଆମ ଶରୀରକୁ କ୍ୟାନ୍ସର ଠାରୁ ରକ୍ଷା କରିଥାଏ ।

୧. ଗ୍ରୀନ ଟି : କ୍ୟାନ୍ସର ରୋକିବାରେ ଗ୍ରୀନ ଟି ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗ୍ରୀନ ଟିରେ ଇଜିସିଜି ନାମକ ଏଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା କ୍ୟାନସର ସହ ଲଢ଼ିବାରେ ସାହାଯ୍ୟ କରିଥାଏ ।

୨. ମଶରୁମ ବା ଛତୁ : ମଶରୁମ ବା ଛତୁରେ ଅତ୍ୟଧିକ ଏଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଥାଏ । ଏହା ଟ୍ୟୁମରକୁ ରୋକିବାରେ ସାହାଯ୍ୟ କରିଥାଏ । ଛତୁ ଡିଏନଏକୁ ରକ୍ଷା ମଧ୍ୟ କରିଥାଏ ।

୩. ପତ୍ରଥିବା ପରିବା : କୋବି ଜାତୀୟ ପରିବାରେ ସଲଫୋରାଫେନ, ଏଣ୍ଟିଅକ୍ସିଡାଣ୍ଟ ଓ କୋଲିନ ଭଳି ଜିନିଷ ରହିଥାଏ । ଯଦି ଆପଣଙ୍କୁ ଏଥିରେ ଏଲର୍ଜି ନଥାଏ ତେବେ ଏହାକୁ ଜରୁର ଖାଆନ୍ତୁ । ତେବେ ଏହାକୁ ଭଲ ଭାବେ ରାନ୍ଧନ୍ତୁ ।

୪. କ୍ୱିଓ୍ଵି : କ୍ୱିଓ୍ଵିରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଥାଏ । ଏହା ଡିଏନଏ ମରାମତି ପାଇଁ ମୁଖ୍ୟ ଭୂମିକା ନେଇଥାଏ ।

ଏହାଛଡ଼ା କ୍ୟାନସର ଠାରୁ ଦୂରରେ ରହିବାକୁ ହେଲେ ରିଫାଇନଡ ଚିନି, ଇନଫ୍ଲାମେଟେରୀ ଖାଦ୍ୟ ପଦାର୍ଥ,ଆର୍ଟିଫିସିଆଲ ଖାଦ୍ୟରେ ରଂଗ ଓ ରିଫାଇନଡ ତେଲ ଠାରୁ ଦୂରରେ ରହିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.