Below header

ଗୋରୁ ଗାଡ଼ି ପୋଡ଼ି ଘଟଣାରେ ଥାନା ଘେରାଉ, ବଜରଙ୍ଗ ଦଳର ୪ ଜଣ ଯୁବକଙ୍କୁ ଅଟକ ରଖିଥିଲା ବସ୍ତା ପୋଲିସ

ଗୋରୁ ଗାଡ଼ି ପୋଡ଼ି ଘଟଣାରେ ଥାନା ଘେରାଉ। ଗୋସୁରକ୍ଷାକାରୀ ବଜରଙ୍ଗ ଦଳର ୪ ଜଣ ଯୁବକଙ୍କୁ ଅଟକ ରଖିଥିଲା ବସ୍ତା ପୋଲିସ। ଏହାର ପ୍ରତିବାଦରେ ଗତକାଲି ରାତିରୁ ସ୍ଥାନୀୟ ଲୋକ କମର୍ଦ୍ଦା ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଥିଲେ। ଏସପିଙ୍କ ସହ ଫୋନରେ ଆଲୋଚନା ପରେ ରାସ୍ତାରୋକ ହଟିଥିଲା।

ଗତକାଲି ୨ଟି ଗୋରୁ ବୋଝେଇ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଲୋକେ। ବାଲିଆପାଳ କମର୍ଦ୍ଦା – ବାଲିଆପାଳ ମୁଖ୍ଯ ରାସ୍ତା ର ତାରିଣୀ ଛକ ନିକଟରେ ପିକଅପ ଭ୍ୟାନକୁ ଜାଳିଦେଇଥିଲେ। ୧୦୦ରୁ ଉର୍ଦ୍ଧ୍ବ ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବାବେଳେ ସେମାନଙ୍କୁ ଗାଡ଼ିରୁ ଓହ୍ଲାଇଦେଇଥିଲେ। ଏହାପରେ ଗାଡିରେ ନିଆଁ ଲଗାଇ ଦେଇଥିଲେ।

ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବାଲିଆପାଳ – କମର୍ଦ୍ଦା ମୁଖ୍ଯ ରାସ୍ତା ର ତାରିଣୀ ଛକ ନିକଟରେ ଗତ ସନିବାର ବିଳମ୍ବିତ ରାତିରେ ୩ ଟି ପିକଅପ ଭ୍ଯାନରେ ୬୦ରୁ ଉର୍ଦ୍ଧ୍ୱ  ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ କମର୍ଦ୍ଦା – ବାଲିଆପାଳ ମୁଖ୍ଯ ରାସ୍ତା ର ତାରିଣୀ ଛକ ନିକଟରେ ବଜରଙ୍ଗ ଦଳର କର୍ମୀ ଏବଂ କିଛି ସ୍ଥାନୀୟ ଲୋକେ ଗୋରୁ ଗାଡି ଗୁଡିକ ଅଟକାଇ ବାରୁ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇ ଥିଲା, ଏହାପରେ ଗୋରୁ ମାଫିଆ ସମେତ ଗାଡିର ଡ୍ରାଇଭର ଏବଂ ହେଲପର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.