Below header

ଭକତ ଗୁହାରୀ ଶୁଣି ଶେଷରେ ଗାଁକୁ ଆସିଲେ ମହାପ୍ରଭୁ, ଚିରଦିନ ପାଇଁ ଦେଇଗଲେ ସ୍ମୃତି

ଜଗତର ନାଥ ଜଗନ୍ନାଥ । ତାଙ୍କୁ ଯିଏ ହୃଦୟରୁ ଡାକିଛି ତାଙ୍କ ପାଖକୁ ସେ ଆସିଛନ୍ତି । ଏମିତି ଜଣେ ଭକ୍ତ ଯାହାଙ୍କ ସ୍ଵପ୍ନରେ ଆସିଲେ ମହାବାହୁ ! ଆଉ ତାପରେ ଶ୍ରୀକ୍ଷେତ୍ରକୁ ଲାଗିଲା ତାଙ୍କ ଡୋରୀ । ଶେଷରେ ପୁରୀରୁ ଗାଁକୁ ଆସିଲେ ମହାପ୍ରଭୁ । ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଛି ନାଁ ହେଲେ କଥାଟା ସତ ।

ନୟାଗଡ(କେନ୍ୟୁଜ୍): ଜଗତର ନାଥ ଜଗନ୍ନାଥ । ତାଙ୍କୁ ଯିଏ ହୃଦୟରୁ ଡାକିଛି ତାଙ୍କ ପାଖକୁ ସେ ଆସିଛନ୍ତି । ଏମିତି ଜଣେ ଭକ୍ତ ଯାହାଙ୍କ ସ୍ଵପ୍ନରେ ଆସିଲେ ମହାବାହୁ ! ଆଉ ତାପରେ ଶ୍ରୀକ୍ଷେତ୍ରକୁ ଲାଗିଲା ତାଙ୍କ ଡୋରୀ । ଶେଷରେ ପୁରୀରୁ ଗାଁକୁ ଆସିଲେ ମହାପ୍ରଭୁ । ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଛି ନାଁ ହେଲେ କଥାଟା ସତ । ଏମିତି ଭକତ ଗୁହାରୀ ଶୁଣି ଶେଷରେ ଗାଁକୁ ଆସିଛନ୍ତି ମହାବାହୁ । ଆଉ ଚିର ଦିନ ପାଇଁ ଦେଇଛନ୍ତି ସ୍ମୃତି ।

ବାଜା ରୋଷଣିରେ ଗାଁ ପ୍ରକମ୍ପିତ ହେଉଛି । ଚାରିଆଡ଼େ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠୁଛି । ଏ ହେଉଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଦୂରଦୁରା ଗାଁ । ଏହି ଗାଁର ଶ୍ରୀ ଜଗନ୍ନାଥ ସଂଗ୍ରାହଳୟ ଓ ପାଠାଗାରରେ ସ୍ଥାନ ପାଇଛି ରଥ ଚକ ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ରଥଚକ ଆଣିବାକୁ ସ୍ୱୟଂ ମହାବାହୁ ସଞ୍ଜୟଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ପରେ ରଥ ଚକ ପାଇଁ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ । ଆଶ୍ଚର୍ଯ୍ୟ ଭାବରେ ତାଙ୍କୁ ଏହି ଦେବଦଳନ ରଥ ଚକ ମିଳିଲା । ପୁରୀରୁ ଏକ ଗାଡ଼ି ଯୋଗେ ଗାଁକୁ ଆଣିଥିଲେ । ଗାଁରେ ଏ ନେଇ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ରଥ ଚକରେ ସ୍ୱୟଂ ଜଗନ୍ନାଥ ଆସିଛନ୍ତି କହି ଗ୍ରାମବାସୀଙ୍କ ଖୁସି ନ କହିଲେ ନ ସରେ ।

ତେବେ ସଂଗ୍ରାହଳର ନାଁମ ଅନୁସାରେ ମହାପ୍ରଭୁଙ୍କ ଜିନିଷ ସାଇତି ରଖିବାକୁ ପଣ କରିଥିଲେ ସଞ୍ଜୟ । ପାଠାଗାର ଆନ୍ଦୋଳନର ପୁରୋଧା ଦାସିଆ ଅଜାଙ୍କ ଠାରୁ ପ୍ରେରଣା ପାଇ ପ୍ରାୟ ୨ ଦଶନ୍ଧି ହେବ ସଂଗ୍ରାଳୟ କରିଛନ୍ତି । ବହୁ ବିରଳ ପୋଥି, ପୁସ୍ତକ, ମୁଦ୍ରା, ଖାମ, ପୁରୁଣା ରେଡ଼ିଓ ଆଦି ବହୁ ମୂଲ୍ୟବାନ ଜିନିଷ ନିଜ ଉଦ୍ୟମରେ ସ୍ଥାନ ପାଇଛି ।

ସଞ୍ଜୟଙ୍କ ପାଇଁ ଆଜି ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସ୍ୱୟଂ ମହାପ୍ରଭୁ ସଂଗ୍ରାହଳରେ ସ୍ଥାନ ପାଇବା ପରେ ସ୍ଥାନୀୟ ବାସିନ୍ଦାଙ୍କ ଆନନ୍ଦ ଆକାଶ ଛୁଆଁ । ତେବେ ଏହି ସଂଗ୍ରାଳୟର ଉନ୍ନତି ପାଇଁ ପ୍ରଶାସନ ଓ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ହୋଇପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.