ତରକାରୀରେ ଲୁଣ ଅଧିକ ହେବାରୁ ଛୁରୀରେ ଝିଅକୁ ଆକ୍ରମଣ କଲା ବାପା

ତରକାରୀରେ ସାମାନ୍ୟ ଲୁଣ ଅଧିକା ହେବାରୁ ଝିଅକୁ ଛୁରୀରେ ଆକ୍ରମଣ କଲା ବାପା । ଉତ୍ତର ପ୍ରଦେଶରେ ବାନ୍ଦା ଜିଲ୍ଲାର କୋତେଓ୍ଵାଲି ସହରର ସର୍ବୋଦୟ ନଗରରେ ରହୁଥିବା ଜଣେ ବାପା ନିଜ ଝିଅକୁ ଛୁରୀରେ ଆକ୍ରମଣ କରିଛି । ବର୍ତ୍ତମାନ ଝିଅର ଅବସ୍ଥା ଗୁରୁତର ରହିଛି ।

ତରକାରୀରେ ଅଧିକା ହେଲା ଲୁଣ । ପରେ ବାପା ମୁଣ୍ଡକୁ ପିତ୍ତ ଚଢ଼ିଗଲା । ଆଉ ତା ପରେ ଯାହା ହେଲା ଆପଣ ଭାବି ପାରିବେନି । ତରକାରୀରେ ସାମାନ୍ୟ ଲୁଣ ଅଧିକା ହେବାରୁ ଝିଅକୁ ଛୁରୀରେ ଆକ୍ରମଣ କଲା ବାପା । ଝିଅର ଛାତି ଏବଂ ଅଣ୍ଟାକୁ ଛୁରୀରେ ଭୁସି ଚାଲିଥିଲା ବାପା । ବାପାର ଏଭଳି ହିଂସାତ୍ମକ ଆଚରଣ କଥା ଝିଅ କଳ୍ପନା ସୁଦ୍ଧା କରି ନଥିଲା । ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରୁ ସାମ୍ନାକୁ ଆସିଛି ।

ଜଣେ ବାପା ପାଇଁ ନିଜ ଝିଅ ଲକ୍ଷ୍ମୀ ହୋଇଥାଏ । ବାପା ନିଜ ଝିଅକୁ ଅତି ଗେଲ ବସରରେ ବଡ଼ କରିଥାଏ । ଝିଅମାନେ ମଧ୍ୟ ନିଜ ବାପାଙ୍କ ଖୁସି ପାଇଁ ଘରର ସବୁ କାମ କରିଥାନ୍ତି । ଘର ସଜଡ଼ାଠୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ସବୁକିଛି ଖୁସି ମନରେ କରିଥାନ୍ତି । ବେଳେବେଳେ କାମରେ କିଛି ଭୁଲ ହେଇଗଲେ ବାପା ତାଗିଦ ମଧ୍ୟ କରନ୍ତି । କିନ୍ତୁ ଏଭଳି କିଛି ଭୁଲରେ ଜଣେ ବାପା ନିଜ ଝିଅକୁ ଛୁରୀରେ ଆକ୍ରମଣ କରିବା ଘଟଣା ଆପଣ ହୁଏତ କେବେ ଶୁଣି ନଥିବେ । ଏଭଳି ଅଭାବନୀୟ ଘଟଣା ଶୁଣିବା ପରେ ସମସ୍ତଙ୍କ ହୃଦୟ ଭୟରେ ଥରିଯାଇଛି । ଉତ୍ତର ପ୍ରଦେଶରେ ବାନ୍ଦା ଜିଲ୍ଲାର କୋତେଓ୍ଵାଲି ସହରର ସର୍ବୋଦୟ ନଗରରେ ରହୁଥିବା ଜଣେ ବାପା ନିଜ ଝିଅକୁ ଛୁରୀରେ ଆକ୍ରମଣ କରିଛି । ବର୍ତ୍ତମାନ ଝିଅର ଅବସ୍ଥା ଗୁରୁତର ରହିଛି ।

ସୂଚନା ଅନୂସାରେ ଅଭିଯୁକ୍ତ ବାପା ଏଭଳି ପଦକ୍ଷେପ ନେବାର କାରଣ ହେଉଛି ତରକାରୀରେ ଅଧିକ ଲୁଣ ହୋଇଯାଇଥିଲା । ଝିଅକୁ ଆକ୍ରମଣ କରିବା ପରେ ଝିଅ ଚିଲ୍ଳେଇବା ଆରମ୍ଭ କରିଥିଲା । ଚିତ୍କାର ଶୁଣି ଘର ମାଲିକ ପୋଲିସକୁ ଖବର ଦେଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଝିଅକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଡାକ୍ତରଙ୍କ କହିବା ଅନୁସାରେ ଝିଅର ଛାତି ଏବଂ ଅଣ୍ଟାରେ ଆକ୍ରମଣ ହୋଇଛି । ଅନ୍ୟପଟେ ଅଭିଯୁକ୍ତ ବାପାକୁ ପୋଲିସ ଅଟକ ରଖି ପଚରା ଉଚୁରା ଜାରି ରଖିଛି । ପୋଲିସର କହିବା ଅନୁସାରେ ଅଭିଯୁକ୍ତ ବାପାର ମାନସିକ ଅବସ୍ଥା ଠିକ ନାହିଁ । ପୂର୍ବରୁ ପିଡ଼ିତାଙ୍କ ମା’ର ମୃତ୍ୟୁ ହୋଇଯାଇଛି ।

ଏହି ମାମଲାରେ ଡିଏସପି ଅମ୍ବୁଜା ତ୍ରିବେଦୀ କହିଛନ୍ତି ଯେ, ବ୍ୟକ୍ତି ଜଣଙ୍କର ମାନସିକ ଅବସ୍ଥା ଠିକ ନଥିବାରୁ ସେ ନିଜ ଝିଅକୁ ଛୁରୀରେ ଆକ୍ରମଣ କରି ଝିଅର ଅବସ୍ଥା ଗୁରୁତର କରିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଝିଅକୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସମ୍ପୃକ୍ତ ଘଟଣାର ତଦନ୍ତ ଜାରି ରହିଛି । ତେବେ ଏଭଳି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.