Below header

ଯାଜପୁର : ବନ୍ୟା ସ୍ରୋତରୁ ଘରକୁ ବଞ୍ଚାଇବାକୁ ପ୍ରୟାସ, ବାଲିବସ୍ତା ପକାଇ ଜଗି ବସିଛନ୍ତି ଲୋକେ, ଦେଖନ୍ତୁ ଭିଡିଓ

ଯାଜପୁର (କେ ନ୍ୟୁଜ୍‌) : ଯାଜପୁର ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ତେବେ ବରୀ ବ୍ଲକ ବହୁମାତ୍ରାରେ ପ୍ରଭାବିତ ହୋଇଛି। ମହାନଦୀରେ ବନ୍ୟା ଜଳ ବଢୁଥିବାରୁ ଏହାର ଶାଖା ବିରୁପା ଓ କେଲୁଅରେ ଜଳସ୍ତର ବଢୁଛି। ବରୀ ବ୍ଲକ ରତ୍ନଗିରି ପଂଚାୟତର ମଲ୍ଲାସାହି ଠାରେ କେଲୁଅ ନଦୀର ବନ୍ୟାଜଳ ରାସ୍ତା ଉପରେ ଖୁବ ଜୋରରେ ପ୍ରବାହିତ ହେଉଛି । ସୁଅ ମୁହଁରେ ସ୍ଥାନୀୟ ଜଣ ଲୋକଙ୍କ ଘର ରହିଛି। ଯାହାକି କେଉଁ ସମୟରେ ବି ନଦୀ ଜଳରେ ଭାସି ଯିବାର ପରିସ୍ଥିତି ସୃଷ୍ଟି ହୋଇଛି। ଘରର ତଳ ଅଂଶ ଧୋଇ ଯାଇଥିବା ବେଳେ ଘର କେବଳ ଲୁହା ସିମେଣ୍ଟ ପିଲରରେ ଝୁଲି ରହିଛି । ତଥାପି ଗ୍ରାମବାସୀ ଘରକୁ ରକ୍ଷା କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ।

GHARA-1

୫୦ରୁ ଊର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇ ଘରକୁ ରକ୍ଷା କରିଵାକୁ ବାଲି ବସ୍ତା ପକାଇ ନିଜେ ବସ୍ତା ଉପରେ ବସି ରହିଛନ୍ତି । ବନ୍ୟା ଜଳର ପ୍ରଖର ସ୍ରୋତକୁ ଘରଠାରୁ ଦୂରେଇ ରଖିବାକୁ ଉଦ୍ୟମ କରୁଛନ୍ତି । ବନ୍ୟା ବିପଦର ଏଭଳି ଦୃଶ୍ୟ ସାମନାକୁ ଆସିଛି। ଯାହାକୁ ଦେଖିଲେ ଆପଣ ବି ହୃଦବୋଧ କରିବେ ସତରେ ବନ୍ୟା ବିପଦ କେତେ ଭୟଙ୍କର ।

GHARA-3

ଦେଖନ୍ତୁ ଭିଡିଓ….

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.