Below header

ଭଣ୍ଡା ଗଛରେ ଚଢ଼ିଥିଲା ନାଗ, ଚାହୁଁ ଚାହୁଁ ଜମିଲା ଦେଖଣାହାରୀଙ୍କ ଭିଡ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର ଭୀମପୁର ଅଞ୍ଚଳରେ ଆଜି ସକାଳୁ ସକାଳୁ ଏକ ପ୍ରକାର ଚହଳ ପଡିଗଲା । ଆଜି ସକାଳୁ ସକାଳୁ ଫୁଲ ତୋଳିବାକୁ ଯାଇ କିଛି ଲୋକ ଏକ ଅମୃତଭଣ୍ଡା ଗଛରେ ଏକ ସାପ ଚଢିଥିବା ଦେଖିବାକୁ ପାଇଥିଲେ । ଧୀରେ ଧୀରେ ଏହି ଦୃଶ୍ୟ ଦେଖିବା ପାଇଁ ସେଠାରେ ଦେଖଣାହାରୀଙ୍କ ଭିଡ଼ ମଧ୍ୟ ଜମିବାକୁ ଲାଗିଲା ।

ଚାହୁଁ ଚାହୁଁ ଶହ ଶହ ଲୋକ ରୁଣ୍ଡ ହୋଇଗଲେ | ପ୍ରଶାନ୍ତ ମଣ୍ଡଳ ନାମକ ବ୍ୟକ୍ତି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଭଣ୍ଡା ଗଛରୁ ଏକ ଅଢେଇ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.