ମାଇଗ୍ରେନ୍ ରୋଗୀଙ୍କ ପାଇଁ ବିଷ ହୋଇଥାଏ ଏସବୁ ଖାଦ୍ୟ, ଭୁଲରେ ବି ଖାଆନ୍ତୁ ନାହିଁ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜର ସେତିକି ଯତ୍ନ ନେଇପାରୁନାହାନ୍ତି ଯେତିକି ପ୍ରକୃତରେ ନେବା କଥା। ଆଧୁନିକ ଜୀବନଶୈଳୀ ଯୋଗୁ ଫାଷ୍ଟଫୁଡ୍ ସେବନ, ନିଦ୍ରାହୀନତା, ଅଧିକ ମୋବାଇଲ ବ୍ୟବହାର କରିବା ତଥା ଧୂଳିଧୂଆଁ ଯୋଗୁ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଏହି କାରଣରୁ ଅଧିକାଂଶ ଲୋକଙ୍କ ଠାରେ ମୁଣ୍ଡ ବିନ୍ଧା ଏକ ସାଧାରଣ ସମସ୍ୟା ପାଲଟିଛି। ମୁଣ୍ଡବିନ୍ଧା ଅଧିକ ହେଲେ ତାହା ମାଇଗ୍ରେନ୍ର ରୂପ ନେଇଥାଏ, ଯାହା ଭଲ ହେବାକୁ ଦୀର୍ଘ ଦିନ ଲାଗେ। ଏକ୍ସପର୍ଟଙ୍କ ମୁତାବକ, ମାଇଗ୍ରେନ୍ରେ ପୀଡ଼ିତ ବ୍ୟକ୍ତି କେତେକ ଜିନିଷଠାରୁ ଦୂରେଇ ରହିବା ଉଚିତ। ଏସବୁ ଜିନିଷ ମାଇଗ୍ରେନ୍ ସମସ୍ୟାକୁ ଦ୍ୱିଗୁଣିତ କରିଦିଏ। ତେବେ ଆସନ୍ତୁ ଜାଣିବା ମାଇଗ୍ରେନ୍ ଥିଲେ କେଉଁ କେଉଁ ଜିନିଷ ଖାଇବା ମନା…
- ମାଇଗ୍ରେନ୍ ଥିଲେ ଥଣ୍ଡା ଜିନିଷଠାରୁ ଦୂରେଇ ରୁହନ୍ତୁ। ଏହା ମୁଣ୍ଡ ବିନ୍ଧାକୁ ବଢ଼ାଇଦିଏ। ଫଳରେ ଭଲ ହେବାକୁ ସମୟ ଲାଗିଥାଏ।
- ଚିଜ୍ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। କିନ୍ତୁ ଏକ୍ସପର୍ଟଙ୍କ ଅନୁସାରେ, ମାଇଗ୍ରେନ୍ ପୀଡ଼ିତ ଚିଜ୍ରେ ପ୍ରସ୍ତୁତ ଜିନିଷକୁ ବର୍ଜନ କରିବା ଉଚିତ। ଏହା ମୁଣ୍ଡବିନ୍ଧାକୁ ବଢ଼ାଇଦିଏ।
- ଚକୋଲେଟ୍ ଖାଇଲେ ମୁଡ୍ ଠିକ୍ ହେବା ସହ ଦେହ ମଧ୍ୟ ଭଲ ରହେ। କିନ୍ତୁ ମାଇଗ୍ରେନ୍ରେ ପୀଡ଼ିତ ବ୍ୟକ୍ତି ଏହାକୁ ସେବନ କରିବାରୁ ବିରତ ରହିବା ଉଚିତ। ଅଧିକ ମାତ୍ରାରେ ଚକୋଲେଟ୍ ସେବନ କଲେ ମାଇଗ୍ରେନ୍ ପୀଡ଼ା ବଢ଼ିଯାଏ।
- ବର୍ତ୍ତମାନ ଲୋକମାନେ ପ୍ରବଳ ମାତ୍ରାରେ ଚା’ କଫିର ସେବନ କରୁଛନ୍ତି। ଖାସ୍ କରି ମୁଣ୍ଡବିନ୍ଧା ହେଲେ ଲୋକେ କଡ଼ା ଚା’ ପିଇଥାନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ ଥିବା କ୍ୟାଫେନ୍ ମୁଣ୍ଡ ବିନ୍ଧା କମାଇବା ବଦଳରେ ବଢ଼ାଇଥାଏ। ଏଣୁ ମାଇଗ୍ରେନ୍ ଥିଲେ ଚା’ କଫି ଆଦୌ ସେବନ କରନ୍ତୁ ନାହିଁ କିମ୍ବା କମ୍ ସେବନ କରନ୍ତୁ।
- ମାଇଗ୍ରେନ୍ ରୋଗୀ ଆଲକହଲ ସେବନରୁ ମଧ୍ୟ ବିରତ ରହିବା ଉଚିତ। ଏହା ମୁଣ୍ଡବ୍ୟଥାକୁ ବଢ଼ାଇଥାଏ।
ଏସବୁ ଜିନିଷ ଖାଆନ୍ତୁ:
- ସେଲମନ୍ ଫିସ୍ରେ ଓମେଗା ୩ ଫ୍ୟାଟି ଏସିଡ୍ ରହିଥାଏ। ଏହାକୁ ସେବନ କଲେ ମାଇଗ୍ରେନ୍ କଷ୍ଟ ଲାଘବ ହୁଏ।
- ମାଇଗ୍ରେନ୍ ସମସ୍ୟା ଥିବା ବ୍ୟକ୍ତି ଡ୍ରାଏ ଫ୍ରୁଟ୍ସ ସେବନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
- ମାଇଗ୍ରେନ୍ ଥିଲେ ଆପଣ ପାଳଙ୍ଗ ଶାଗ ମଧ୍ୟ ଖାଇପାରିବେ।
- ଶରୀର ହାଇଡ୍ରେଡ୍ ରହିଲେ ମାଇଗ୍ରେନ୍ ଦେଖାଦିଏ ନାହିଁ। ଏଥିପାଇଁ ପ୍ରତି ୮ରୁ ୧୦ ଗ୍ଲାସ୍ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।