ରାଜ୍ୟରେ ୧୧ ହଜାର ପାର କଲା ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକରେ ବ୍ରେକ ଫେଲ୍ କରୋନା

ଭୁବନେଶ୍ୱର(କେନ୍ୟୁଜ) : ରାଜ୍ୟରେ ୧୧ ହଜାର ପାର କଲା ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୧୭୭ ପଜିଟିଭ୍ । କୋଭିଡ୍ ମାନଚିତ୍ରରେ ଅଧାରୁ ଅଧିକ ଓଡ଼ିଶା କରୋନାର ରେଡ୍ ଜୋନକୁ ଗଲାଣି ।
କରୋନା ପଜିଟିଭିଟି ରେଡ୍ ଜୋନକୁ ଗଲାଣି ୧୫ ଜିଲ୍ଲା । କେବଳ ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ କେବଳ ଅଧିକ ରହିଛି ସଂକ୍ରମଣ ହାର । ସେହିପରି ଆକ୍ଟିଭ୍ କେସ ଟପରେ ବି ରହିଛି ଏହି ୩ ଜିଲ୍ଲା ।

ତିନି ଦିନ ୧୦ ହଜାର ଉପରେ ରହିଥିଲା କରୋନା ସଂକ୍ରମଣ । ଆଜି ୧୧ ହଜାର ପାର କରିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୧୭୭ ପଜିଟିଭ କେସ୍ । ୨୦ ଜିଲ୍ଲାରେ ଦୈନିକ କେସ୍ ଶହେ ଉପରେ ରହିଛି । ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକରେ ବ୍ରେକ ଫେଲ୍ କରୋନା । ଏହି ୩ ଜିଲ୍ଲାରୁ କେବଳ ୬ହଜାର ୩୮୯ ସଂକ୍ରମିତ ବାହାରିଛନ୍ତି ।
ଅର୍ଥାତ ୩ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କେବଳ ୫୭ ପ୍ରତିଶତ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରେ କେବଳ ୩୦ ପ୍ରତିଶତ ପଜିଟିଭ୍ ବାହାରିଛନ୍ତି । ୨୪ ଘଣ୍ଟାରେ ୭୭ ହଜାର ୧୨୦ ଟେଷ୍ଟିଂ ହୋଇଛି । ରାଜ୍ୟରେ ପଜିଟିଭ୍ ହାର ରହିଛି ୧୪.୪୯ ପ୍ରତିଶତ ।