Below header

ବୁଧବାର ମହାପ୍ରଭୁଙ୍କୁ ଲାଗି କରାଯିବ ଫୁଲୁରି ତେଲ,ଆଗେଇ ଚାଲିଛି ରଥ କାର୍ଯ୍ୟ

ପୁରୀ : ଅଣସର ଘରେ ଶ୍ରୀଜିଉ । ଅନ୍ଧକାର ମଧ୍ୟରେ ଚାଲିଛି ଶ୍ରୀଜିଉଙ୍କ ଅନବସର ଗୁପ୍ତ ଚିକିତ୍ସା । ଶ୍ରୀମନ୍ଦିର ରାଜବୈଦଙ୍କ ଆୟୁର୍ବେଦ ପଦ୍ଧତିରେ ଚାଲିଛି ପ୍ରଭୁଙ୍କ ଚିକିତ୍ସା । ଶ୍ରୀଅଙ୍ଗରୁ ଓଦା ଲୁଗା ଫିଟା ଯିବା ପରେ ଆଜି ଶ୍ରୀ ଅଙ୍ଗ ଫିଟା ନୀତି କରାଯାଇଛି ।

ବୁଧବାର ମହାପ୍ରଭୁଙ୍କୁ ଲାଗି କରାଯିବଆୟୁର୍ବେଦ ଜଡିବୁଟିରେ ପ୍ରସ୍ତୁତ ଫୁଲୁରି ତେଲ । ସେପଟେ ରଥନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି ।୧୩ ପରସ୍ତ ପୋଟଳ ମଧ୍ୟରୁ ୧୦ ପରସ୍ତ ପୋଟଳ ମାପ ହୋଇ କଟିଂ ସରିଛି ।

ରଥର ବିଶ୍ୱକର୍ମାମାନେ କଳସ, ପ୍ରଭା ଦୁଆରଘଡା ନିର୍ମାଣ ଚଳାଇଛନ୍ତି । ଏହା ସହ ରଥର ସୌନ୍ଦର୍ଯ୍ୟକରଣ ପାଇଁ ରଙ୍ଗ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ତେବେ ସମସ୍ତଙ୍କର ନଜର ରହିଛି ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ସରକାରଙ୍କ ଘୋଷଣା ଉପରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.