ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ଵାଲ୍‌ଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ୍‌

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । ତାଙ୍କୁ ହାଲ୍‌କା ଜର ଆସିବା ସହ କାସ ହେବାରୁ ସୋମବାର ସେ ନିଜକୁ ତାଙ୍କ ସରକାରୀ ବାସ ଭବନରେ କ୍ୱାରାଣ୍ଟାଇନରେ ରଖିଥିଲେ ।

ଆଜି କରୋନା ଟେଷ୍ଟ କରିବା ପରେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାଯାଇଛି । ୫୧ ବର୍ଷ ବୟସ୍କ କେଜରିଓ୍ଵାଲ୍‌ ରବିବାର ଦିପହରରୁ ଅସୁସ୍ଥ ଅନୁଭବ କରୁଥିଲେ । ସେବେଠୁ ସେ କାହା ସହ ସାକ୍ଷାତ କରୁ ନଥିଲେ ।

କେଜୀଓ୍ଵାଲ୍‌ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିବାରୁ ଏଥିପାଇଁ ଅଧିକ ଚିନ୍ତା ଥିଲା ବୋଲି ଆମ୍‌ ଆଦ୍‌ମୀ ପାର୍ଟି ବିଧାୟକ ରାଘବ ଚଡ୍ଡା ପ୍ରକାଶ କରିଛନ୍ତି । ତେବେ କିଛି ଦିନ ହେବ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ପ୍ରତିଦିନ ହଜାରେ ସଂଖ୍ୟାରେ ବଢ଼ୁଥିବାରୁ ଆସନ୍ତା ୧୦ ଦିନରେ ଏହା ୫୦ ହଜାରକୁ ଛୁଇଁବ ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.