Below header

ଯାଜପୁର : ବିଂଝାରପୁର ମଲିଆ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କଲା ପ୍ରଶାସନ

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଯାଜପୁର ବିଂଝାରପୁର ଅନ୍ତର୍ଗତ ମଲିଆକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲା ପ୍ରଶାସନ। ବାଛଳ ପଞ୍ଚାୟତର ଦାଣ୍ଡିସହି ଏବଂ ଫତେପୁର ପଂଚୟତର ମଲିଆ ଗ୍ରାମରେ ଲାଗୁ ହେଲା କଣ୍ଟେନମେଣ୍ଟ କଟକଣା । ଆସନ୍ତା ୨୩ ତାରିଖ ପର‌୍ୟ୍ୟନ୍ତ କଟକଣା ବଳବତ୍ତର ରହିବ। ସାନିଟେସନ, ଅତ୍ୟାବଶ୍ୟକ ସମଗ୍ରୀ ଯୋଗାଣ, ସ୍ୱାସ୍ଥ୍ୟ ସେବା ଏବଂ ଆଇନ୍ ଶୃଙ୍ଖଳା ପାଇଁ ୪ ଜଣ ନୋଡ଼ାଲ ଅଫିସର ନିଯୁକ୍ତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ମଲିଆରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ସହ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୬ରେ ପହଂଚିଛି । ସେଥିମଧ୍ୟରୁ ୪୬ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୨୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.