ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିନ୍ ଛାତରୁ ଡେଇଁ କଲେ ଆତ୍ମହତ୍ୟା

ମୁମ୍ବାଇ : ଫିଲ୍ମ ଓ ଟିଭି ଅଭିନେତା ଶୁଶାନ୍ତ ସିଂହଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିନ୍ ଏକ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାଯାଇଛି । ମୁମ୍ବାଇ ମାଲ୍ଦା ସ୍ଥିତ ଏକ ୧୪ ମହଲା ବିଲ୍ଡିଂରୁ ଦିଶା ଗତକାଲି ଡେଇଁବା ପରେ ତୁରନ୍ତ ତାଙ୍କୁ ବୋରିଭାଲି ହସ୍ପିଟାଲକୁ ନିଆଯାଇଥିଲା ।
ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ । ତେବେ ଆତ୍ମହତ୍ୟା କଲା ବେଳେ ବୟ ଫ୍ରେଣ୍ଡ ତାଙ୍କ ସହ ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି । ପୋଲିସ୍ ଆଜି ଦିଶାଙ୍କ ପିତା ମାତାଙ୍କ ସହ ବୟ ଫ୍ରେଣ୍ଡ୍ଙ୍କ ଷ୍ଟେଟ୍ମେଣ୍ଟ ରେକର୍ଡ କରିଛି ।
ଦିଶା ପବ୍ଲିକ୍ ରିଲେସନ୍ ମ୍ୟାନେଜର ଭାବେ ତାଙ୍କର କାରିଅର୍ ଆରମ୍ଭ କରିଥିଲେ । ପରେ ସେଲିବ୍ରେଟି ଟ୍ୟାଲେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ସେ ମୁମ୍ବାଇରେ ରହି ବଣ୍ଟି ସାଜ୍ଦେଙ୍କ କର୍ଣ୍ଣରଷ୍ଟୋନ୍ ସ୍ପୋର୍ଟ ଏଣ୍ଟରଟେନ୍ମେଣ୍ଟ ଲିମିଟେଡ ସହ କାମ କରୁଥିଲେ । ଦିଶା, ସୁଶାନ୍ତ ସିଂହଙ୍କ ମ୍ୟାନେଜର ଭାବେ କାମ କରିବା ସହ ଅଭିନେତା ଭାରତୀ ଶର୍ମା, ରେହା ଚକ୍ରବର୍ତ୍ତୀ ଓ ବରୁଣ ଶର୍ମାଙ୍କ କାମ ତଦାରଖ କରୁଥିଲେ ।