ଦୋଳ ବିମାନକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଜଣେ ମୃତ
ଦୋଳ ବିମାନକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍। ବିମାନକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍। ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର।

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଦୋଳ ମେଳଣ ସାରି ଫେରୁଥିବାବେଳେ ଅଘଟଣ। ବିମାନକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍। ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର। ଆହତଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲ ଓ ପରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। କଟକ ଚାନ୍ଦବାଲି ରାସ୍ତା ଦୁହୁରିଆ ଛକରେ ଘଟିଛି ଦୁର୍ଘଟଣା।
ଅଭିଯୋଗ ଅନୁଯାୟୀ, ଦୋଳ ବିମାନ ବାଲିଆ ମେଲଣ ସାରି ଦୁହୁରିଆ ମେଲଣରେ ଯୋଗ ଦେବାକୁ ଆସୁଥିଲେ। ଏହି ସମୟରେ କଟକ ଆଡ଼ୁ ଆସୁଥିବା ଏକ ମାଛ ବୋଝଇ ପିକଅପ୍ ଭ୍ୟାନ୍ ଦୋଳ ବିମାନ ବୋହି ନେଉଥିବା ଲୋକଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦୁଇ ଜଣ ସୋମନାଥ ସାହୁ ଓ ଦିବ୍ୟଜ୍ୟୋତି ଦାସ। ପୋଲିସ ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।