Below header

ଗୁଇନ୍ଦା ପାରାକୁ ନେଇ ଚର୍ଚ୍ଚା, କିଏ ଓ କେଉଁ ଉଦ୍ଦେଶ୍ୟରେ ଏହି ପାରାକୁ ପଠାଇଛି? ଚାଲିଛି ତଦନ୍ତ

ଗୁଇନ୍ଦାଗିରି ପାଇଁ କିଛି ବିଶେଷ କିସମର ପାରାଙ୍କୁ ବ୍ୟବହାର କରାଯାଇଥାଏ । ସେହି ଭଳି ପ୍ରଜାତିର ପାରାଙ୍କ ମଧ୍ୟରେ ରହିଛନ୍ତି ବେଲଜିୟମ ଓ କଲମ୍ବିଆ ପ୍ରଜାତିର ପାରା । ପାରାଦୀପରୁ ଠାବ ହୋଇଥିବା ପାରାଟି କଲମ୍ବିଆ ପ୍ରଜାତିର ପାରା ବୋଲି ଅନୁମାନ କରୁଛନ୍ତି ବିଶେଷଜ୍ଞ ।

ପାରାଦୀପ(କେନ୍ୟୁଜ୍): ପାରାଦୀପ ପାରାକୁ ନେଇ ସବୁଆଡେ ଚର୍ଚ୍ଚା । କେଉଁଠାରୁ ଆସିଛି ଏହି ଗୁଇନ୍ଦା ପାରା । କିଏ ଓ କେଉଁ ଉଦ୍ଦେଶ୍ୟରେ ଏହି ପାରାକୁ ପଠାଇଛି । କି ପ୍ରକାର ତାଲିମ ନେଇଛି ଏହି ପକ୍ଷୀଟି । ଏ ସମସ୍ତ ପ୍ରଶ୍ନ ଏବେ ଉଙ୍କି ମାରୁଛି ରାଜ୍ୟବାସୀଙ୍କ ମନରେ । ସୂଚନା ଅନୁଯାୟୀ, ଗୁଇନ୍ଦାଗିରି ପାଇଁ କିଛି ବିଶେଷ କିସମର ପାରାଙ୍କୁ ବ୍ୟବହାର କରାଯାଇଥାଏ । ସେହି ଭଳି ପ୍ରଜାତିର ପାରାଙ୍କ ମଧ୍ୟରେ ରହିଛନ୍ତି ବେଲଜିୟମ ଓ କଲମ୍ବିଆ ପ୍ରଜାତିର ପାରା । ପାରାଦୀପରୁ ଠାବ ହୋଇଥିବା ପାରାଟି କଲମ୍ବିଆ ପ୍ରଜାତିର ପାରା ବୋଲି ଅନୁମାନ କରୁଛନ୍ତି ବିଶେଷଜ୍ଞ । ପୃଥିବୀରେ ୫ ଶହରୁ ଉର୍ଦ୍ଧ ପ୍ରଜାତିର ପାରା ରହିଛନ୍ତି । ହେଲେ କିଛି ଖାସ ପ୍ରଜାତିର ପାରାଙ୍କୁ ବାଦ ଦେଲେ ଅନ୍ୟ ପ୍ରଜାତିର ପାରାଙ୍କୁ ତାଲିମ ଦେବା ଖୁବ କଷ୍ଟକର ବ୍ୟାପାର ହୋଇଥାଏ ।

ସୂଚନା ଆଦାନ ପ୍ରଦାନ, ଗୁଇନ୍ଦାଗିରି କରିବା ପାଇଁ ବ୍ୟବହାର କରାଯାଉଥିବା ପାରାଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଥାଏ । ସେହି ପାରା ଗୁଡିକ ଅନ୍ୟ ପାରାଙ୍କ ଭଳି କୌଣସି ଅଜଣା ସ୍ଥାନରୁ ଖାଦ୍ୟ ଗ୍ରହଣ କରିନଥାନ୍ତି । କେଉଁ ପରିସ୍ଥିତିରେ ପାରାଟି ପାରାଦୀପ ଆସିଲା । ସମୁଦ୍ର ଭିତରୁ ସନ୍ଦେହ ଅବସ୍ଥାରେ ପାରା ଉଦ୍ଧାର ହୋଇଥିଲା । କୋଣାର୍କ ଉପକୂଳର ୪୦ କିଲୋମିଟର ସମୁଦ୍ରରେ ଏକ ମାଛଧରା ବୋଟ୍‌ ଉପରେ ହଠାତ୍‌ ଆସି ବସିଥିଲା । ସନ୍ଦେହଜନକ ଅବସ୍ଥାରେ ପାରାକୁ ଧରିଥିଲେ ମତ୍ସ୍ୟଜୀବୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.