ବ୍ୟାପି ଚାଲୁଛି H3N2 ଭାଇରସ୍: ଇନଫ୍ଲୁଏଞ୍ଜାକୁ ନେଇ ସବୁ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗର ସତର୍କ ସୂଚନା

ଇନଫ୍ଲୁଏଞ୍ଜା ଭଳି ଅସୁସ୍ଥତା ଓ ସିଭିଅର ଆକ୍ୟୁଟ ରେସପିରେଟୋରି ଇନଫେକସନ୍‌ ସର୍ଭେଲାନ୍ସକୁ ତ୍ୱରାନ୍ଵିତ କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ୟୁଜ୍(ବ୍ୟୁରୋ):ଇନଫ୍ଲୁଏଞ୍ଜାକୁ ନେଇ ସବୁ ଜିଲ୍ଲାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସତର୍କ ସୂଚନା । ଇନଫ୍ଲୁଏଞ୍ଜା ଭଳି ଅସୁସ୍ଥତା ଓ ସିଭିଅର ଆକ୍ୟୁଟ ରେସପିରେଟୋରି ଇନଫେକସନ୍‌ ସର୍ଭେଲାନ୍ସକୁ ତ୍ୱରାନ୍ଵିତ କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସ୍ୱାସ୍ଥ୍ୟ ସୁବିଧା ଓ ସାମୁହିକ ସ୍ତରରେ ଇନଫ୍ଲୁଏଞ୍ଜା ଭଳି ଅସୁସ୍ଥତା ଓ ସିଭିଅର ଆକ୍ୟୁଟ ରେସପିରେଟୋରି ଇନଫେକସନ୍‌ ନେଇ ସଜାଗ ରହିବାକୁ କୁହାଯାଇଛି ।

ବିଶେଷ କରି ବ୍ୟକ୍ତିଗତ ସ୍ୱଚ୍ଛତା ଓ ଭିଡକୁ ଏଡ଼ାଇବା ଉପରେ ଦିଆଯାଇଛି ଗୁରୁତ୍ୱ । ଏବେ ରାଜ୍ୟର ସମସ୍ତ ୩୦ DPHLରେ ଇନଫ୍ଲୁଏଞ୍ଜା କେସର ଅନୁଧ୍ୟାନ କରାଯାଉଛି । ରାଜ୍ୟରେ ଥିବା ୨୩ଟି RTPCR ଲାବ୍‌ ଓ DPLHରେ କରାଯାଉଛି ନମୁନା ପରୀକ୍ଷା । ନିକଟ ଭବିଷ୍ୟତରେ ଇନଫ୍ଲୁଏଞ୍ଜା ସଂକ୍ରମିତଙ୍କ ସଖ୍ୟା ବଢ଼ିଲେ ନମୁନା ପରୀକ୍ଷା ପାଇଁ ସେମାନଙ୍କ ପାଖରେ ଆବଶ୍ୟକ ଭିତ୍ତିଭୂମି ସହ ଲାବଗୁଡ଼ିକ ପ୍ରସ୍ତୁତ ରହିଛି । କୋଭିଡ୍‌ କେସ୍‌ ଚିହ୍ନଟ ପାଇଁ କ୍ରମାଗତ ଇନଫ୍ଲୁଏଞ୍ଜା ଭଳି ଅସୁସ୍ଥତା ଓ ସିଭିଅର ଆକ୍ୟୁଟ ରେସପିରେଟୋରି ଇନଫେକସନ୍‌ ମାମଲାର ନମୁନା ପରୀକ୍ଷା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.