Below header

ପିପିଲି ପଟ୍ଟନାଇକିଆ ଟ୍ରିପଲ୍‌ ମର୍ଡର ମାମଲାରେ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ଯୁଜ୍) : ପିପିଲି ପଟ୍ଟନାଇକିଆ ଟ୍ରିପଲ୍‌ ମର୍ଡର ମାମଲାରେ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ। ହତ୍ୟାକାଣ୍ଡକୁ ସେ ଦୁଃଖଦ ଘଟଣା ବୋଲି କହିଛନ୍ତି। ମାମଲା ରୁଜୁ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୬ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତଲାସୀ ଜାରି ରଖିଛି। ସଂପୃକ୍ତ ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଫୋର୍ସ ମୁତୟନ କରାଯାଇଛି। ମୃତକଙ୍କ ପରିବରକୁ ସମସ୍ତ ପ୍ରକାର ସୁରକ୍ଷା ଯୋଗଇ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତ ରହିଛି।

ବ୍ୟାପକ ସୁରକ୍ଷା ଯୋଗୁଁ ନିର୍ବାଚନ ମଧ୍ୟ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ରାଜ୍ୟ ସରକାର ଧନଜୀବନର ସୁରକ୍ଷା ସହ ଆଇନ ଶୃଙ୍ଖଳା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ପଟ୍ଟନାଇକିଆ ଟ୍ରିପଲ୍‌ ମର୍ଡର ମାମଲାରେ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ। ହତ୍ୟାକାଣ୍ଡକୁ ସେ ଦୁଃଖଦ ଘଟଣା ବୋଲି କହିଛନ୍ତି। ମାମଲା ରୁଜୁ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୬ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତଲାସୀ ଜାରି ରଖିଛି। ସଂପୃକ୍ତ ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଫୋର୍ସ ମୁତୟନ କରାଯାଇଛି। ମୃତକଙ୍କ ପରିବରକୁ ସମସ୍ତ ପ୍ରକାର ସୁରକ୍ଷା ଯୋଗଇ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତ ରହିଛି। ବ୍ୟାପକ ସୁରକ୍ଷା ଯୋଗୁଁ ନିର୍ବାଚନ ମଧ୍ୟ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ରାଜ୍ୟ ସରକାର ଧନଜୀବନର ସୁରକ୍ଷା ସହ ଆଇନ ଶୃଙ୍ଖଳା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.