Below header

ଯାଁଳା ଥାନାରେ ବୃକ୍ଷରୋପଣ କଲେ କରୋନା ଯୋଦ୍ଧା, ପରିବେଶ ସୁରକ୍ଷା ଲକ୍ଷ୍ୟ

ଖୋର୍ଦ୍ଧା (କେ ନ୍ୟୁଜ୍‌) : ଗୋଟେ ପଟେ ଚାଲିଛି କରୋନା ସହ ମୁକାବିଲା । ଏହାରି ଭିତରେ କରୋନା ଯୋଦ୍ଧା ମାନେ ପରିବେଶ ସୁରକ୍ଷା ପାଇଁ ମଧ୍ୟ ଅଣ୍ଟା ଭିଡିଛନ୍ତି । କମିଶନରେଟ ପୋଲିସର ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡିରେ କିଛି ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଥାନା ଅଧିକାରୀ ଓ କର୍ମଚାରୀମାନେ ମିଶି ଥାନା ପରିସରକୁ ସଫା କରି ବୃକ୍ଷରୋପଣ କରିଛନ୍ତି । ଏହାକୁ ସ୍ଥାନୀୟ ଅଚଂଳରେ ଲୋକେ ପ୍ରଶଂସା କରୁଛନ୍ତି । ଏହି ପ୍ରୟାସ ଥାନାର ମର୍ଯ୍ୟାଦା ବଢ଼ାଇବ ବୋଲି ଲୋକେ କହିଛନ୍ତି ।
ଫାଣ୍ଡି ପରିସରରେ ଅନେକ ଜାଗା ଥାଇ ମଧ୍ୟ ଏହା ଉପଯୋଗୀ ହୋଇ ପାରୁନଥିଲା । ଏହାର ପରିସରରେ ବାଉଣ୍ଡାରି କରି ବୃକ୍ଷରୋପଣ କରାଯାଇଛି । ଏଠାରେ ଏକ ବଗିଚା ମଧ୍ୟ କରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.