ଅଗଷ୍ଟ ୧୩ରେ ସରକାର ଲଞ୍ଚ୍‌ କଲେ ଟ୍ୟାକ୍ସର ନୂଆ ପ୍ଲାଟ୍‌ଫର୍ମ, ଆପଣ ୨୦ ହଜାର ଟଙ୍କାରୁ ଅଧିକ ଲେଣ ଦେଣ କଲେ ଆୟକର ବିଭାଗକୁ ମିଳିଯିବ ଖବର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୩ ତାରିଖରେ ପାରଦର୍ଶୀ ଟେକ୍‌ସେସନ୍‌ ପ୍ଲାଟ୍‌ଫର୍ମ ଲଞ୍ଚ କରିଛନ୍ତି । ଟ୍ୟାକ୍ସ କମ୍ପ୍‌ଲାଇସ୍‌, କ୍ୟାସ୍‌ଲେସ୍‌ ଆସେସମେଣ୍ଟ ଏବଂ ଫାଇଲିଂ ରିଟର୍ଣ୍ଣସ୍‌କୁ ସରଳ କରିବା ପାଇଁ ଏହି ନୁଆ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ଟ୍ୟାକ୍ସ ଡିସ୍‌କ୍ଲୋଜରରେ ସରକାର ଲେଣ ଦେଣ ସୀମା କମାଇବାକୁ ପ୍ରସ୍ତାବ ଦେଇଛନ୍ତି ।

ଯାହାଦ୍ୱାରା ଇନ୍‌କମ୍‌ ଟ୍ୟାକ୍ସ ସ୍ଲାବ ବଢ଼ିବା ସହ କର ଚୋରୀକୁ ରୋକାଯାଇପାରିବ ।
କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଟ୍ୟାକ୍ସ ରିଟର୍ଣ୍ଣ ଶେଷ ତାରିଖ ଜୁଲାଇ ପରିବର୍ତ୍ତେ ନଭେମ୍ବର ମାସ ରଖାଯାଇଛି ।

କ’ଣ ରହିଛି ଫର୍ମ ୨୬ AS ରେ

.ଫର୍ମ ୨୬AS ଆନୁଆଲ୍‌ ଟେଷ୍ଟ କ୍ରେଡିଟ୍‌ ଟେଷ୍ଟମେଣ୍ଟ । ଟ୍ୟାକ୍ସ ପେୟର ଇନ୍‌କମ୍‌ ଟ୍ୟାକ୍ସ ପୋର୍ଟାଲ୍‌ରେ ନିଜ ଆକାଉଣ୍ଟରୁ ଏହି ଫର୍ମ ଡାଉନ୍‌ଲୋଡ୍‌ କରି ଆପଣଙ୍କ ଆୟର କଟୁଥିବା ଟ୍ୟାକ୍ସ ବିଷୟରେ ସୂଚନା ପାଇପାରିବେ ।

. ଏହି ଫର୍ମରେ ଟ୍ୟାକ୍ସ ପେୟରଙ୍କ ପୂର୍ଣ୍ଣ ପ୍ରୋଫାଇଲ୍‌ ରହିବ । ଏଥିରେ ଆପଣଙ୍କ ମୋବାଇଲ୍‌ ନମ୍ବର ଓ ପାସ୍‌ପୋର୍ଟ ନମ୍ବର ରହିବ । ଏଥିରେ ୨୦ ହଜାରରୁ ଅଧିକ ଟଙ୍କାର କୈାଣସି ହୋଟେଲ୍‌ ବିଲ୍‌ କିମ୍ବା ହ୍ଵାଇଟ୍‌ ଜିନିଷ କିଣାଗଲେ ତା’ର ଖର୍ଚ୍ଚ ଏଥିରେ ଜଣାପଡ଼ିଯିବ । ଯଦ୍ୱାରା ଆପଣ ଯେତେବେଳେ ଉକ୍ତ ବର୍ଷର ରିଟର୍ଣ୍ଣ ଫାଇଲ୍‌ କରିବେ ଆପଣଙ୍କୁ ଜଣାପଡ଼ିଯିବ ଯେ ଆପଣ ଉକ୍ତ ବର୍ଷରେ କେତେ ଖର୍ଚ୍ଚ କଲେ ।

. ସବୁଠାରୁ ବଡ କଥା ହେଲା ଏହା ଏକ ଲାଇଭ ଫର୍ମ ଯାହା ବର୍ଷ ସାରା ଅପ୍‌ଡେଟ୍‌ ହୋଇଚାଲିଥିବ ।

.ଏଥିରୁ କୈାଣସି ବି ଟ୍ୟାକ୍ସ ପେୟରଙ୍କ ପୁରା ପ୍ରୋଫାଇଲ୍‌ ମିଳିପାରିବ ।

. ଏଥିରେ ଭୁଲ୍‌ କମ୍‌ ହେବ । ଟ୍ୟାକ୍ସ ପେୟର ଓ ସରକାରଙ୍କ ମଧ୍ୟରେ ଏକ ବିଶ୍ୱାସ ସମ୍ପର୍କ ରହିବ ।

. ଏଥିରେ ଟ୍ୟାକ୍ସ ଚୋରି କମ୍‌ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.