ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ରେ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର(କେନ୍ଯୁଜ୍) : ୨୦୧୯-୨୦ ଶିକ୍ଷାବର୍ଷରେ ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆସନ୍ତା ୨୪ତାରିଖରୁ ନାମଲେଖା ପାଇଁ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିପାରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି । ଜୁନ ୨୪ ତାରିଖ ସକାଳ ୧୧ଟାରୁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହେବ। ଆବେଦନର ଶେଷ ତାରିଖ ରହିବ ଜୁଲାଇ ୮ତାରିଖ ରାତି ୧୧ଟା। ଜୁଲାଇ ୧୮ ତାରିଖ ସକାଳ ୧୧ଟାରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ।

ମେରିଟ ଲିଷ୍ଟ ପ୍ରକାଶ ପାଇଲା ପରେ ଛାତ୍ରଛାତ୍ରୀ ୧୮ ଜୁଲାଇରୁ ୨୧ ଜୁଲାଇ ସନ୍ଧ୍ୟା ୫ଟା ପଯ୍ୟର୍ନ୍ତ ଅନଲାଇନରେ ଆଡମିଶନ ଫି ଦାଖଲ କରିବେ। ଦ୍ୱିତୀୟ ପଯ୍ୟର୍ାୟ ମେରିଟ ଲିଷ୍ଟ ଜୁଲାଇ ୨୯ରେ ପ୍ରକାଶ ପାଇବ। ପୂର୍ବରୁ ଗତ ୩ ତାରିଖରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇସାରିଥିବା ବେଳେ ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳା

Leave A Reply

Your email address will not be published.