Below header

ଶପଥ ଗ୍ରହଣ ପୂର୍ବରୁ ଭାରତର ସବୁଠାରୁ ସୁନ୍ଦରୀ ସାଂସଦ ନେଲେ ସାତ ଫେରା

ଲକ୍ଷ-ଲକ୍ଷ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ବଙ୍ଗାଳୀ ଅଭିନେତ୍ରୀ ନୁସରତ ସାଂସଦ ହେବା ସହିତ ନିଜ ବିବାହର ଘୋଷଣା ମଧ୍ୟ କରିଥିଲେ। ନୁସରତ୍ ବିବାହର ସମସ୍ତ ମୂହୁର୍ତ୍ତକୁ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଆଜି ଅର୍ଥାତ୍ ୨୦ ଜୁନରେ ନୁସରତ୍ ନିଜର ବିବାହ ବେଳର ଫଟୋକୁ ସେୟାର କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଙ୍କ ବିବାହର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ନୁସରତ ଏବଂ ତାଙ୍କ ସ୍ବାମୀ ନିଖିଲ ଜୈନଙ୍କ ଯୋଡି ବହତୁ ସୁନ୍ଦର ଲାଗୁଛି।

nusratନୁସରତ୍ ମୂଳ ରୂପରେ ଜଣେ ଅଭିନେତ୍ରୀ ଏବଂ ମଡେଲ ଅଟନ୍ତି। ୮ ଜାନୁୟାରୀ ୧୯୯୦ରେ କୋଲାକାତାରେ ଜନ୍ମିତ ନୁସରତ୍ ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ନିଜର ଆଠ ବର୍ଷର କ୍ୟାରିୟରରେ ସେ ୧୯ଟି ଫିଲ୍ମରେ କାମ କରିସାରିଛନ୍ତି।

nusrat jahanସେ ନିର୍ବାଚନକୁ ଓହ୍ଲାଇବା ସହିତ ସବୁଠାରୁ ସୁନ୍ଦରୀ ପ୍ରାର୍ଥୀ ଭାବରେ ମଧ୍ୟ ପରିଚିତ ଥିଲେ। ଏହାପରେ ନିର୍ବାଚନ ଜିତିବା ପରେ ସବୁଠାରୁ ସୁନ୍ଦରୀ ସାଂସଦ ହୋଇଥିବାର ମୁକୁଟ ଜିତିଥିଲେ। ତ୍ରୁଣମୁଳ କଂଗ୍ରେସରୁ ଟିକେଟ ପାଇ ପଶ୍ଚିମ ବଙ୍ଗର ବଶୀରହାଟରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ନସୁରତ୍ ବିଜେପି ପ୍ରାର୍ଥୀ ସାୟଂତନ ବସୁଙ୍କୁ ସାଢ଼େ ତିନି ଲକ୍ଷରୁ ଅଧିକ ଭୋଟରେ ହରାଇଥିଲେ।

nusrat weddingନୁସରତ୍ ଜଣେ ଅଭିନେତ୍ରୀ ଏବଂ ଟିଏମସିର ସାଂସଦ ହୋଇଥିବାବେଳେ ନିଖିଲ କୋଲକାତାର ନାମିଦାମି ସକସେସଫୁଲ୍ ବିଜନେସମ୍ୟାନ ଅଟନ୍ତି। ଦୁହେଁ ଲମ୍ବା ସମୟ ଧରି ଦୁହିଁଙ୍କୁ ଡେଟ୍ କରୁଥିଲେ। ଦୁହିଁଙ୍କର ଲଭ୍ ଷ୍ଟୋରୀ ବହୁତ ଫିଲ୍ମୀ। ତାଙ୍କର ପ୍ରଥମ ସାକ୍ଷାତ ୨୦୧୮ରେ ଦୁର୍ଗା ପୂଜାରେ ହୋଇଥିଲା। ପ୍ରଥମେ ଦେଖାରେ ବନ୍ଧୁତା ହେବା ପରେ ପରବର୍ତ୍ତୀ ସମୟ ତାହା ପ୍ରେମରେ ବଦଳିଗଲା।

nusrat weddingନୁସରତ୍ ଯେତେବେଳେ ସାଂସଦ ହୋଇଥିଲେ ସେ ତାଙ୍କର ନିଖିଲଙ୍କ ସହିତ ବିବାହକୁ ଘୋଷଣା କରିଥିଲେ। ବୁଧବାର ଦିନ ସେ ତୁର୍କୀର ବୋଡରମରେ ହିନ୍ଦୁ ପରମ୍ପରା ଅନୁଯାୟୀ ପ୍ରେମିକ ନିଖିଲଙ୍କୁ ବିବାହ କରିଛନ୍ତି। ଏହି ଡେଷ୍ଟିନେସନ ୱେଡିଂ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.