ଆଉଦେବାକୁ ହେବନି ଇଲେକ୍ଟ୍ରି ଯାନବାହନର ରେଜିଷ୍ଟ୍ରେସନ ଫି, ପରିବହନ ବିଭାଗ ଦେଲା ପ୍ରସ୍ତାବ

ନୂଆଦିଲ୍ଲୀ : ଇଲେକ୍ଟ୍ରି ଯାନବାହନ କିଣିବାକୁ ଯୋଜନା କରିଥିବା ବ୍ୟକ୍ତି ମାନଙ୍କ ପାଇଁ ଖୁସି ଖବର ! କାରଣ ଭାରତ ସରକାରଙ୍କ ପରିବହନ ମନ୍ତ୍ରଣାଳୟ ଇଲେକ୍ଟ୍ରି କାର ଓ ବାଇକକୁ ଲୋକପ୍ରିୟ କରିବା ଲକ୍ଷ୍ଯରେ ରେଜିଷ୍ଟ୍ରେସନ ଓ ରି-ରେଜିଷ୍ଟ୍ରେସନ ଫିକୁ ନିଃଶୁଳ୍କ କରିବା ପାଇଁ ପ୍ରସ୍ତାବ ଦେଇଛି। ଅଗାମୀ ଦିନ ମାନଙ୍କରେ ଅର୍ଥାତ ୨୦୩୦ ସୁଦ୍ଧା କିଭଳି ଭାବରେ ଇଲେକ୍ଟ୍ରି ବାଇକକୁ ଲୋକମାନେ ବେଶି ପସନ୍ଦ କରିବେ ସେନେଇ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ମୋଟର ଯାନ ଆଇନ ୧୯୮୯ର ସଂଶୋଧନ କରାଯିବ ବୋଲି ଜଣାପଡ଼ିଛି।

ନିଶ୍ଚୟ ପଢନ୍ତୁ:ବର୍ଷା ଦିନ ପାଇଁ ଆସିଗଲା ଓ୍ଵାଇପର ହେଲମେଟ୍‌, ମୂଲ୍ୟ ୯୯ ଟଙ୍କାରୁ ଆରମ୍ଭ

ସଡକ ପରିବହନ ମନ୍ତ୍ରଣାଳୟ ବୁଧବାର ଦିନ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛି, ଯେଉଁଥିରେ ରେଜିଷ୍ଟ୍ରେସନ ଶୁଳ୍କ ଫ୍ରି କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବାର ଉଲ୍ଲେଖ ରହିଛି। ଦେଶରେ ବଢୁଥିବା ପ୍ରଦୂଷଣ ଓ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଥିବାରୁ ଏହି ଇଲେକ୍ଟ୍ରି ଯାନବାହାନ ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି ବୋଲି ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.