Below header

ରାପର ହାର୍ଡକୋର ଦେଲେ ମୋହନ ଭଗବାନ ଏବଂ ଯୋଗୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ, ଏବେ ହେଲା ଦେଶଦ୍ରୋହ ମାମଲା ରୁଜୁ

ମୁମ୍ବାଇ : ପଞ୍ଜାବୀ ଗାୟିକା ଏବଂ ରାପର ହାର୍ଡକୋର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତଙ୍କ ବିରୋଧରେ ସୋସିଆଲ ମିଡିଅରେ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ଏହା ପରେ ଗାୟିକା ତଥା ରାପରଙ୍କ ବିରୋଧରେ ବାରାଣସୀ ଜିଲ୍ଲାର କେଣ୍ଟ ଥାନାରେ ମାମଲା ରୁଜୁ କରାଯାଇଛି। ତାଙ୍କ ଉପରେ ଆଇପିସି ଧାରା ୧୨୪ଏ, ୫୩ଏ, ୫୦୦,୫୦୫ ଏବଂ ୬୬ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି।

hard-kaur

ହାର୍ଡକୋରଙ୍କ ବିରୋଧରେ ମୁମ୍ବାଇ ପୋଲିସ ନିକଟରେ ମଧ୍ୟ ମାମଲା ରୁଜୁ କରାଯାଇଛି। ବିଜେପିର ଫିଲ୍ମ ପ୍ରକୋଷ୍ଠ ମୁମ୍ବାଇର ସାଇବର ସେଲରେ ଏହି ମାମଲା ରୁଜୁ କରିଛି। ଗାୟିକା ଜୁନ ୧୭ ତାରିଖ ଦିନ ନିଜ ଫେସବୁକ୍ ପେଜରେ ମୋହନ ଭାଗବତଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇଥିଲେ।


ଆପଣଙ୍କୁ ଜଣାଇବାକୁ ଚାହିଁବୁ ହାର୍ଡକୋର କେବଳ ବିଭିନ୍ନ ବଲିଉଡ ଏବଂ ପଞ୍ଜାବୀ ଫିଲ୍ମରେ କଣ୍ଠଦାନ କରିଛନ୍ତି ତାହା ନୁହଁ ବରଂ ଓକେ ଜାନୁ, ପଟିଆଲା ହାଉସ, ଅଗଲୀ ଓର ପଗଲୀ ଆଦି ଫିଲ୍ମରେ ଅଭିନୟ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.