ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା, ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଆସନ୍ତାକାଲିଠୁ ୮ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇପାରିବେ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଅକ୍‌ଟୋବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ୧୩ରେ ସ୍ପଟ ସିଲେକସନ୍‌ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ।

୧୩ରୁ ୧୫ତାରିଖ ଅପରାହ୍ନ ୨ଟା ମଧ୍ୟରେ ଛାତ୍ରଛାତ୍ରୀମାନେ ନାମ ପଞ୍ଜୀକରଣ କରିପାରିବେ। ୧୫ତାରିଖ ସନ୍ଧ୍ୟାରେ ସ୍ପଟ ନାମଲେଖା ଲାଗି ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ୧୬ରେ ସ୍ପଟ ନାମଲେଖା ହେବ। ୨୦୨୮ଟି ଯୁକ୍ତ ୨ କଲେଜର ୪ଲକ୍ଷ ୫୩ହଜାର ୬୪୦ ସିଟ୍‌ ମଧ୍ୟରୁ ୨ଲକ୍ଷ ୯୬ହଜାର ୬୧ଟି ସିଟ୍‌ ପୂରଣ ହୋଇଛି।