ଚାଣକ୍ୟ ନୀତି: ବିପଦ ବେଳେ ଏହି ୩ଟି କଥାକୁ କେବେ ବି ଭୁଲନ୍ତୁ ନାହିଁ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଜୀବନରେ ସୁଖ ଦୁଃଖ ଏକ ସାଧାରଣ କଥା। ସମସ୍ତଙ୍କ ଜୀବନରେ ଭଲ ମନ୍ଦ ଅଛି। ଖରାପ ସମୟରେ ବ୍ୟକ୍ତି ନ ହଡ଼ବଡ଼େଇ ସାହସର ସହ ପରିସ୍ଥିତିର ସାମ୍ନା କରିବା ଆବଶ୍ୟକ। ସେହି ବ୍ୟକ୍ତି ଜୀବନରେ ସଫଳତା ଲାଭ କରେ ଯିଏ ବିପଦ ସମୟରେ ଧୈର୍ଯ୍ୟହରା ହୁଏ ନାହିଁ। ବିପଦ ବେଳେ ତିନିଟି ଜିନିଷ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି। ଆସନ୍ତୁ ଜାଣିବା କ’ଣ ତାହା…

୧. ଆତ୍ମବିଶ୍ୱାସ ବଜାୟ ରଖ:

ଚାଣକ୍ୟଙ୍କ କହିବାନୁସାରେ ବିପଦ ସମୟରେ ସବୁବେଳେ ନିଜ ଉପରେ ବିଶ୍ୱାସ ରଖିବା ଉଚିତ। କାରଣ ଆତ୍ମବିଶ୍ୱାସ ହିଁ ସବୁଠୁ ବଡ଼ ଶକ୍ତି। ଏଣୁ ଚିନ୍ତା ନ କରି ସମସ୍ୟାରୁ କେମିତି ମୁକ୍ତି ପାଇହେବ ତାହା ଭାବନ୍ତୁ।

୨. ଧନ ସଞ୍ଚୟ କର:

ଚାଣକ୍ୟଙ୍କ ଅନୁସାରେ ବିପଦ ପଡ଼ିଲେ ସ୍ୱାର୍ଥପର ଲୋକମାନେ ସାଥ୍‌ ଛାଡ଼ି ଦିଅନ୍ତି। ଏଭଳି ସ୍ଥିତିରେ ଧନ ହିଁ କାମରେ ଆସେ। ଏଣୁ ସବୁବେଳେ ସଞ୍ଚୟ କରିବା ଉଚିତ।

୩.ଅଧୈର୍ଯ୍ୟ ହୁଅ ନାହିଁ:

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ସଙ୍କଟ ସମୟ ସମସ୍ତଙ୍କୁ କଷ୍ଟ ଦିଏ। ଏଭଳି ସ୍ଥିତିରେ ବ୍ୟକ୍ତି ଧୈର୍ଯ୍ୟହରା ହେବା ଅନୁଚିତ। ରାତି ପରେ ଯେମିତି ଦିନ ହୁଏ ସେଭଳି ବିପଦ ବି ସବୁଦିନ ରହେ ନାହିଁ। ଏଣୁ ବିପଦ ବେଳେ ଧୈର୍ଯ୍ୟହରା ନ ହୋଇ ସାହସର ସହ ମୁକାବିଲା କରନ୍ତୁ।