ନବାଳିକାକୁ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା

କଟକ(କେନ୍ୟୁଜ୍):  ନବାଳିକାକୁ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ । ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ । ଜରିମାନା ଅନାଦେୟ ଆଉ ୧ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଏହି ରାୟ ଶୁଣାଇଛନ୍ତି କଟକ ପକସୋ କୋର୍ଟ । ପୀଡିତାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୫ ମାର୍ଚ୍ଚ ୧୯ ତାରିଖରେ ଦୁଷ୍କର୍ମ ହୋଇଥିଲା ।

ଗତ ୨୦୧୫ ମାର୍ଚ୍ଚ ୧୯ ତାରିଖ ସନ୍ଧ୍ୟାସମୟରେ ସିଡ଼ିଏ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ଘରେ କେହି ନଥିବାର ସୁଯୋଗରେ ଅଭିଯୁକ୍ତ ରାମ ମୁଣ୍ଡା ଦୁଷ୍କର୍ମ କରିଥିଲା। ଏନେଇ ମହିଳା ଥାନାରେ ଏତଲା ପରେ ପୋଲିସ ଅଫିସର ବର୍ଷା ମହାନ୍ତି ଘଟଣାର ତଦନ୍ତ କରିଥିଲେ। ଘଟଣାର ତଦନ୍ତ କରି ମହିଳା ଥାନା ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେବେଠାରୁ ଅଭିଯୁକ୍ତ ଜେଲରେ ରହି ଆସିଛି। ୧୦ଜଣ ସାକ୍ଷୀ ଓ ୯ଟି ତଥ୍ୟ ପ୍ରମାଣକୁ ଆଧାର କରି କଟକ ପକସୋ କୋର୍ଟ ଅଭିଯୁକ୍ତ ରାମ ମୁଣ୍ଡାକୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ବିଧାନ କରିଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.