ପାକ୍‌ ସହ ସମ୍ପର୍କ ବଢ଼ାଇ ଭାରତକୁ ଅସୁବିଧାରେ ପକାଇବାକୁ ଚାହୁଁଛି ଚୀନ୍‌, ଏମିତି କହିଛି ଆମେରିକାର ‘ଥିଙ୍କ୍‌ ଟ୍ୟାଙ୍କ୍‌’

ଓ୍ଵାଶିଂଟନ୍‌ : ଚୀନ ଦକ୍ଷିଣ ଏସିଆରେ ନିଜର ଦବଦବା ଜାରି ରଖିବା ପାଇଁ କୁଟନୀତି ଆରମ୍ଭ କରିଛି । ଆଗାମୀ ଦଶକରେ ଚୀନ୍‌ ଦକ୍ଷିଣ ଏସିଆରେ ରାଜନୈତିକ,ଆର୍ଥିକ ଏବଂ ସୁରକ୍ଷା କ୍ଷେତ୍ରରେ ପ୍ରଭାବଶାଳୀ ହେବାକୁ ଚେଷ୍ଟା ଜାରି ରଖିଛି । ଯେଉଁଥିପାଇଁ ଡ୍ରାଗନ୍‌ ପାକିସ୍ତାନ ପ୍ରତି ନିଜର ସହଯୋଗକୁ ଅଧିକ ବଢ଼ାଇବା ସହ ଭାରତକୁ ଅସୁବିଧାରେ ପକାଇବାକୁ ସବୁ ପ୍ରକାର ଯୋଜନା ଜାରି ରଖିଛି । ଏମତି କହିଛି ଆମେରିକାର ଏକ ସଂଗଠନ ଥିଙ୍ଗ୍‌ ଟ୍ୟାଙ୍କ୍‌ ।

ବର୍ତ୍ତମାନର ପରିସ୍ଥିତି ଓ ଆଗାମୀ କାର୍ଯ୍ୟଶୈଳିକୁ ଅନୁଧ୍ୟାନ କରି ଆମେରିକା ଥିଙ୍ଗ୍‌ ଟ୍ୟାଙ୍କ୍‌ ‘ ୟୁଏସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପିସ’ ରିପୋର୍ଟରେ ପ୍ରକାଶ କରିଛି । ଏପରି ଅଧ୍ୟୟନ କରିଛନ୍ତି ଆମେରିକାର ବରିଷ୍ଠ ବିଶେଷଜ୍ଞ, ଯୋଜନାକାର ଓ ରାଜନୀତି ସହିତ ଜଡ଼ିତ ଥିବା କିଛି ବୁଦ୍ଧିଜୀବୀ । ରିପୋର୍ଟରେ କୁହାଯାଇଛି ଯେ ଚୀନ ଯେପରି ପାକିସ୍ତାନକୁ ଅଧିକ ଆର୍ଥିକ ପ୍ରୋତ୍ସାହନ ଦେଉଛି । ଚୀନ୍‌ର ଏହି ନୀତିରୁ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ ତା’ର ଆଗାମୀ ଗେମ୍‌ ପ୍ଲାନ୍‌ କ’ଣ ।

କଶ୍ମୀର ମାମଲାରେ ଚୀନ୍‌ ପାକିସ୍ତାନ ପ୍ରତି ତା’ର ସମର୍ଥନ ଏବେ ଦ୍ୱିଗୁଣ ବଢ଼ାଇ ଦେଇଥିବା ସ୍ପଷ୍ଟ ଏହାର ଉଦାହରଣ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଭାରତ- ପାକିସ୍ତାନ ମଧ୍ୟରେ ସଂଘର୍ଷ କରାଇ ଭାରତର ସ୍ଥିତି ଖରାପ କରିବାକୁ ଚୀନ୍‌ ଚାହୁଁଛି ବୋଲି ଆମେରିକାର ସଂଗଠନ ଥିଙ୍ଗ୍‌ ଟ୍ୟାଙ୍କ୍‌ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.