୨ ବର୍ଷ ହେବ ପୋଲିସକୁ ଚକ୍‌ମା ଦେଇ ବାହାରେ ବୁଲୁଥିଲା ଅଭିଯୁକ୍ତ, ବାହା ହେବାକୁ ଯାଉଥିବା ବେଳେ ଅଧାରାସ୍ତାରୁ ଉଠାଇ ନେଲା ପୋଲିସ

ଆଠଗଡ(କେନ୍ୟୁଜ୍):  ବାହା ହେବାକୁ ଯାଉଥିବା ବରକୁ ଅଧାରାସ୍ତାରୁ ଉଠାଇ ନେଲା ପୋଲିସ । ଆଗଠଡ଼ ଥାନା ସାପୁଆ ବ୍ରିଜ୍‌ ନିକଟରୁ ଏକ ବୋଲେରୋରେ ସାଧା ପୋଷାକରେ ଆସି ବରକୁ ଉଠାଇ ନେଇଛି ପୋଲିସ । ବର ପ୍ରକାଶ ୨୦୧୮ ମସିହାରେ କଦଳୀବାଡି ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା ।  ୨୦୧୮ରେ ଏକ ହତ୍ୟାମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲା ପ୍ରକାଶ ।  ଦୁଇ ବର୍ଷ ହେବ ସେ ପୋଲିସକୁ ଚକ୍‌ମା ଦେଇ ବାହାରେ ବୁଲୁଥିଲା । ଆଜି ବିବାହ କରିବାକୁ ଯାଉଥିବା ଖବର ପାଇ ପୋଲିସ ସାଧା ପୋଷାକରେ ଆସି ତାକୁ ଗିରଫ କରିଥିଲା । ସେପଟେ ବୀର କିଶୋରପୁର ଶିବ ମନ୍ଦିରରେ ବାହାଘର ପାଇଁ ଝିଅ ଘର ପକ୍ଷରୁ ସରିଥିଲା ସମସ୍ତ ପ୍ରସ୍ତୁତି । ଖୁବ୍‌ ଜୋରସୋର୍‌ରେ ଚାଲିଥିଲା ଭୋଜି ରୋଷେଇ । ହେଲେ ଅଧାରାସ୍ତାରୁ ବରକୁ ପୋଲିସ ଉଠାଇନେଇଥିବା ଜାଣିବା ପରେ ଝିଅ ଘର ଲୋକ ଏବେ ଚିନ୍ତାରେ ପଡ଼ିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.