Below header

ଅସୁରକ୍ଷିତ କ୍ବାର୍ଟରରେ ସୁରକ୍ଷା କର୍ମୀ, ଜାଣନ୍ତୁ କେମିତି ବିତୁଛି ଜୀବନ

ମୟୁରଭଞ୍ଜ(କେନ୍ଯୁଜ୍) : ଅସୁରକ୍ଷିତ କ୍ୱାର୍ଟରରେ ରହୁଛନ୍ତି ପୋଲିସ କର୍ମଚାରୀ । ମୟୁରଭଞ୍ଚ ଜିଲ୍ଳା ଖୁଣ୍ଟା ଥାନାର କର୍ମଚାରୀ ଓ ତାଙ୍କ ପରିବାର ଲୋକଙ୍କୁ ରହିବା ପାଇଁ କ୍ୱାର୍ଟର ଦିଆଯାଇଛି । ହେଲେ କ୍ୱାଟର ପୁରୁଣା ହେବାରୁ ଭାଙ୍ଗିରୁଜି ଗଲାଣି । ଘରର କାନ୍ଥ କି ଛାତ ଭଲ ନଥିବାରୁ ସାପଙ୍କ ବାସସ୍ଥାନ ପାଲଟିଛି ।

ପାଇଖାନା କି ପାନୀୟ ଜଳର ସୁବିଧା ମଧ୍ୟ ନାହିଁ । କାହିଁ କେଉଁ କାଳରୁ ନିର୍ମିତ ଥାନା କାର୍ଯ୍ୟାଳୟ ଭିତରେ କିଛି ପୋଲିସ କର୍ମଚାରୀ ରହୁଛନ୍ତି । ସେଠାରେ ମଧ୍ୟ କାନ୍ଥ ଫାଟି ଆଁ କରିଛି । ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା କହିଛନ୍ତି ଖୁଣ୍ଟା ଥାନା ଏସଆଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.