Below header

ରୋଜଗାର କରିବା ପାଇଁ ଚାହୁଁଛନ୍ତି କି, ଏୟାର ଇଣ୍ଡିଆରେ ବାହାରିଛି ଚାକିରି, ଆବେଦନ ନୁହଁ ବରଂ ସିଧା ଯାଆନ୍ତୁ ଇଣ୍ଟରଭ୍ଯୁ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ୨୦୧୮ ର ନିଯୁକ୍ତି ଏବେ ନିକଟରେ ବାହାର କରିଛି। ଏଥିରେ ଜୁନିୟର ବିଶ୍ଲେଷକର ପଦ ପାଇଁ ନିଯୁକ୍ତି କରାଯାଉଛି। ଏହାର ଶେଷ ତରିଖ ୪ ଅକ୍ଟୋବର ରହିଛି। ତେବେ  ଏଥିପାଇଁ ଇଛୁକ ଥିବା ବ୍ଯକ୍ତି ଆବେଦନ ନୁହଁ ବରଂ ସିଧାସଳଖ ଇଣ୍ଟରଭ୍ଯୁ ପାଇଁ ଯାଇପାରିବେ। ଆସନ୍ତୁ ଜାଣିବା କଣ ରହିଛି ଏଥିପାଇଁ ସର୍ତ୍ତ।

ପଦ : ଜୁନିୟର ବିଶ୍ଲେଷକ

ପଦ ସଂଖ୍ଯା : ୦୬

air-india_express

ଦରମା : ମାସକ ୨୫୨୦୦/-

ଯୋଗ୍ଯତା : ଯେକୌଣସି ମାନ୍ଯତା ପ୍ରାପ୍ତ ବିଶ୍ବବିଦ୍ଯାଳୟ / ସଂସ୍ଥାରୁ ସ୍ନାତକ ପାଇଥିବା ଆବଶ୍ଯକ।

ବୟସ ସୀମା : (୧ ସେପ୍ଟେମ୍ବର ୨୦୧୮ ପର୍ଯ୍ଯନ୍ତ ) ୩୦ ବର୍ଷ ହୋଇଥିବା ଦରକାର

ନିଶ୍ଚୟ ପଢ଼ନ୍ତୁ: ଆୟୁଷ୍ମାନ ଭାରତରେ ମିଳିବ ଚାକିରି,  ଜାଣନ୍ତୁ କିପରି କରିବେ ଆବେଦନ ଏବଂ କେତେ ରହିଛି ଦରମା  

ଅନୁଭବ : ଅନୁସୁଚିତ ଏୟାରଲାଇନରେ ଆରକ୍ଷଣ / ଟିକେଟ/ ମୂଲ୍ଯ ନିର୍ଦ୍ଦାରଣ / ସୂଚୀ ନିୟନ୍ତ୍ରଣର ଏକବ ବର୍ଷ ଅନୁଭବ ରହିଥିବା ଅତି ଆବଶ୍ଯକ ରହିଛି।

 ଆବେଦନ ଶୂକ୍ଳ : ଦିଲ୍ଲୀସ୍ଥିତ ଏୟାର ଇଣ୍ଡିଆ ଲିମିଟେଡ଼ ପାଇଁ ଡ଼ିମାଣ୍ଡ ଡ଼୍ରାଫ୍ଟ ମାଧ୍ୟମରେ ଶୁକ୍ଲକୁ ଦେଇପାରିବେ।

ଜେନେରାଲ /ଓବିସି ପାଇଁ : ୧୦୦୦/- ଏସଟି /ଏସଟି ପାଇଁ : ମାଗଣା

କିପରି କରିବେ ଆବେଦନ : ଇଛୁକ ଅବେଦନକାରୀ ଇଣ୍ଟରଭ୍ଯୁ ସମୟରେ ନିଜର ସିଭି ସହ ଫଟୋକପି ନେଇ ଯିବାକୁ ଆବଶ୍ଯକ।

ଇଣ୍ଟରଭ୍ଯୁ ସ୍ଥାନ : ମହାପ୍ରବନ୍ଧକ କାର୍ଯ୍ଯଳୟ(କାର୍ମିକ ), ଏୟାର ଇଣ୍ଡିଆ ଲିମିଡ଼େଟ, ଉତ୍ତରି କ୍ଷେତ୍ର ପ୍ରଶାସନିକ ବ୍ଲକ୍, ପାଳମ ଏୟାରପୋର୍ଟ ଡ଼ାକଘର, ଆଇଜିଆଇଏ, ଟର୍ମିନାଲ-୧, ନୂଆଦିଳ୍ଲୀ -୧୧୦୦୩୭

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.