ହାତ ରେଖାରୁ ଜାଣନ୍ତୁ ଆପଣଙ୍କର ଲଭ୍ ମ୍ୟାରେଜ ହେବ କି ଆରେଞ୍ଜ !

ଜୀବନରେ ବିବାହ ଏବଂ ପ୍ରେମ ଦୁଇଟି ଅତି ସୁନ୍ଦର ପ୍ରସଙ୍ଗ ହୋଇଥାଏ ଏବଂ ଯଦି ପ୍ରେମ ବିବାହ ହୋଇଥାଏ ତେବେ ବିବାହ ଏବଂ ପ୍ରେମ ଦୁଇଟିକୁ ଆହୁରି ମଧ୍ୟ ସୁନ୍ଦର ବନାଇ ଦେଇଥାଏ। ଆପଣଙ୍କ ଲଭ୍ ମ୍ୟାରେଜ ହେବ ବି ଆରେଞ୍ଜ ଏହା ଆପଣଙ୍କ ହସ୍ତରେଖା ଜଣାଇ ପାରିବ।

ଯେଉଁଭଳି ଆପଣଙ୍କ ହାତରେ କ୍ୟାରିୟର, ଜୀବନ ଆଦି ରେଖା ରହିଥାଏ। ଠିକ ସେହିଭଳି ହାତର ରେଖା ଆପଣଙ୍କ ବିବାହ ବିଷୟରେ ମଧ୍ୟ ବହୁତ କିଛି କହି ପାରିବ। ତେବେ ଆସନ୍ତୁ ଜାଣିବା କେମିତି ନିଜର ହାତର ରେଖାକୁ ଦେଖି ଆପଣ ଜୀବନରେ ହେବାକୁ ଯାଉଥିବା ସୁନ୍ଦର ପରିବର୍ତ୍ତନ ବିଷୟରେ ଜାଣିପାରିବେ।

ବିବାହ ରେଖା

palm1ସର୍ବପ୍ରଥମେ ଏହା ଜାଣିବା ଦରକାର ଯେ ବିବାହ ରେଖା କେଉଁ ରେଖା ହୋଇଥାଏ? ବିବାହ ରେଖା ସବୁଠୁ ଛୋଟ ଆଙ୍ଗୁଠିର ତଳ ଭାଗରେ ଥାଏ। ଏହା ଛୋଟ ଏବଂ ବହୁତ ଗଭୀର ହୋଇଥାଏ ଏବଂ ଅଲଗା ଅଲଗା ହାତର ଏହି ରେଖାରେ କେତେକ ଛୋଟ ଛୋଟ ଭିନ୍ନ ହୋଇଥାଏ।

ହୃଦୟ ରେଖା

ଏହି ରେଖା ଆମ ହାତର ସବୁଠୁ ମହତ୍ତ୍ବପୁର୍ଣ୍ଣ ଏବଂ ଗଭୀର ରେଖା ହୋଇଥାଏ। ଏକ ମଣିଷର ଚରିତ୍ର, ବ୍ୟକ୍ତିତ୍ବ ଏବଂ ସ୍ବଭାବ କହିବା ସହିତ ଏହି ରେଖା ପ୍ରେମ ଜୀବନ ବିଷୟରେ ବହୁତ କିଛି ଜଣାଇଥାଏ। କାରଣ ହୃଦୟ ସେହି ଯାଗା ଅଟେ ଯେଉଁଠି ପ୍ରେମର ଆରମ୍ଭ ହୋଇଥାଏ।

କଣ ଆପଣଙ୍କ ବିବାହ ସେହି ବ୍ୟକ୍ତିଙ୍କ ସହିତ ହେବ ଯାହାଙ୍କୁ ଆପଣ ଭଲ ପାଉଛନ୍ତି? କଣ ଆପଣ ଜଣେ ଜଣଙ୍କ ସହିତ ଖୁସିରେ ଜୀବନ ଅତିବାହିତ କରିପାରିବେ? ଏମିତି ବହୁତ ସାରା ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ ତେବେ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ଏହି ଦୁଇଟି ରେଖାରେ ଲୁଚି ରହିଛି।

Palm-Reading-Online-Marriage-Lineଆସନ୍ତୁ ଜାଣିବା କଣ କହୁଛି ଆପଣଙ୍କ ବିବାହ ଏବଂ ପ୍ରେମକୁ ନେଇ ଆପଣଙ୍କ ହସ୍ତରେଖା

ଯଦି ବିବାହ ରେଖା ଏବଂ ହ୍ରୁଦୟ ରେଖା ଦୁହେଁ ଦୁହିଁଙ୍କ ଠାରୁ ବହୁତ ଦୂରରେ ଅଛନ୍ତି ତେବେ ଏହା ଏହି କଥାର ଇସାରା କରୁଛି ଯେ ଆପଣଙ୍କ ବିବାହ ବହୁତ ଶୀଘ୍ର ହୋଇଯିବ। ଆପଣଙ୍କ ବିବାହ କୋଡିଏ ବର୍ଷ ପୂର୍ବରୁ ହୋଇଯାଇପାରେ। ଏହାର ଏହା ମଧ୍ୟ ଅର୍ଥ ହେଉଛି ଯେ ଆପଣ ଆପଣଙ୍କର ଜୀବନ ସାଥୀ ନିଜେ ବାଛିବେ ଏହାର ଅର୍ଥ ପ୍ରେମ ବିବାହ ହୋଇପାରେ।

ଏହା ସହ ପଢ଼ନ୍ତୁ : ଯଦି ହାତରେ ରହିଛି ଏପରି ଚିହ୍ନ, ତେବେ ଆପଣ ଦୁନିଆଁର ସବୁଠାରୁ ଭାଗ୍ୟଶାଳୀ ବ୍ୟକ୍ତି

ଯଦି ଆପଣଙ୍କ ବିବାହ ରେଖାର ଆରମ୍ଭରୁ ଦୁଇ ସଂଖ୍ୟା ଥାଏ ତେବେ ଏକ ଅଶୁଭ ସଂକେତ ହୋଇଥାଏ। ଏହା ସଂକେତ ଦେଉଛି ଯେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିବ। ଏହା ମଧ୍ୟ ହୋଇପାରେ ଯେ ଆପଣଙ୍କ ବିବାହ ଭାଙ୍ଗି ଯାଇପାରେ।

palm2ଯଦି ବିବାହ ରେଖା ପାଖରେ ତ୍ରିଶୂଳର ଚିହ୍ନ ରହିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ବୋଲି ଧରାଯାଏ। ଏହାର ମାନେ ହେଉଛି ଆପଣଙ୍କୁ ନିଜର ମନ ପସନ୍ଦର ଜୀବନସାଥି ମିଳିବ ଏବଂ ଆପଣଙ୍କ ବୈବାହିକ ଜୀବନରେ ସୁଖ ଶାନ୍ତିରେ ଭରି ରହିବ।

ଏହା କାହାକୁ ଭଲ ଲାଗି ନଥାଏ ଯେ ଆପଣ ଯାହାକୁ ବିବାହ କରିବେ ସେ ଆଗକୁ ଯାଇ ନିଜର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବିବାହ ରେଖା ପାଖରେ ଯଦି ଚାରିକୋଣିଆ ଚିହ୍ନ ଥାଏ ତେବେ ଆପଣଙ୍କ ଜୀବନରେ ଏହି ସମସ୍ୟା ଆସିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.